ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ ସିନେମା ଧୁରନ୍ଧର । ବାହାରିନ ,କୁଏତ ,ଓମାନରେ ନିଷିଦ୍ଧ ହୋଇଛି ଏହି ସିନେମା । ସୂଚନା ଯୋଗ୍ୟ ,୬ ଉପସାଗରୀୟ ଦେଶରେ ବ୍ୟାନ ହୋଇଛି ରଣବୀର ସିଂଙ୍କ ସିନେମା ଧୁରନ୍ଧର । ବର୍ତମାନ ସୁଦ୍ଧା ,ସାରା ବିଶ୍ୱରେ ୩ ଶହ କୋଟି କାରବାର କରିଛି ଧୁରନ୍ଧର ।
ଅନ୍ୟ ପକ୍ଷରେ, ଡିସେମ୍ବର ୫ରେ ରିଲିଜ ହୋଇଥିବା ‘ଧୁରନ୍ଧର’,ପ୍ରଥମ ସପ୍ତାହ ଶେଷ ହେବା ପୂର୍ବରୁ ଏହି ସିନେମାଟି ୨ଶହ କୋଟିରେ ପହଞ୍ଚିଚି । ଏହି ସିନେମାଟି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲା ।
ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରୀଲର ସିନେମାରେ ରଣବୀର ସିଂ, ଅକ୍ଷୟ ଖନ୍ନା, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର. ମାଧବନଙ୍କ ଭଳି ପ୍ରମୁଖ କଳାକାର ଅଭିନୟ କରିଛନ୍ତି ।
ଫିଲ୍ମରେ ପାକିସ୍ତାନ ବିରୋଧୀ ବିଷୟବସ୍ତୁ ଥିବାରୁ ଉପସାଗରୀୟ ଦେଶ ଏହାକୁ ବ୍ୟାନ କରିଛନ୍ତି। ପାକିସ୍ତାନ ବିରୋଧୀ ସିନେମା ଆଖ୍ୟା ଦେଇ ଏହି ଫିଲ୍ମକୁ ନିଶିଦ୍ଧ କରିଛନ୍ତି। ନିକଟରେ ଦେଶ ସମେତ ବିଶ୍ଵରେ ବିଭିନ୍ନ ଦେଶରେ ମୁକ୍ତିଲାଭ କରିଛି ଏହି ସିନେମା।
ରଣବୀର ସିଂହଙ୍କ ଫିଲ୍ମ ଧୁରନ୍ଧର ବିଶ୍ୱବ୍ୟାପୀ ବକ୍ସ ଅଫିସରେ ବଡ଼ ଧମାଲ ସୃଷ୍ଟି କରିଛି। ଧୁରନ୍ଧର ବିଭିନ୍ନ ଦେଶରେ ପ୍ରାୟ ୩୦୦ କୋଟି ଟଙ୍କା ରୋଜଗାର କରିଛି। ଏହାପରେ ବି ଅନେକ ଉପସାଗରୀୟ ଦେଶ ଏହି ଫିଲ୍ମକୁ ବ୍ୟାନ କରିଛନ୍ତି। ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଗୁଇନ୍ଦାଗିରି ରହସ୍ୟରେ ଭରପୁର ଏହି ଫିଲ୍ମ ଉପରେ ରୋକ ଲଗାଇଛନ୍ତି। ଫିଲ୍ମ ନିର୍ମାତା ଆଦିତ୍ୟ ଧର ପୂର୍ବରୁ ଫିଲ୍ମ ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକକୁ ବେଶ ପ୍ରଶଂସା ମିଳିଛି। ଧାରା ୩୭୦ ଭଳି ଚଳଚ୍ଚିତ୍ର ନିର୍ମାଣ କରି ମଧ୍ୟ ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି ନିର୍ଦ୍ଦେଶକ ଆଦିତ୍ୟ ଧର।



