www.samajalive.in
Thursday, December 11, 2025
15.1 C
Bhubaneswar

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଛି। ଏହି ଘଟଣାରେ ୨୫ ଜଣଙ୍କ ପ୍ରାଣହାନୀ ଘଟିଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ପ୍ରୋଗ୍ରାମ ଚାଲିଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାର ଭିଡିଓ ଏ​‌ବେ ସାମ୍ନାକୁ ଆସିଛି। ନୃତ୍ୟ ଚାଲିଥିବାବେଳେ କିପରି ନିଆଁ ଲାଗିଲା ତାହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

ଭିଡିଓରୁ ଦେଖିବାକୁ ମିଳିଛି ଯେ, କ୍ଲବରେ ଜଣେ ଯୁବତୀ ଡାନ୍ସ କରୁଛନ୍ତି। ତାଙ୍କ ପଛରେ କଳାକାରମାନେ ବାଦ୍ୟ ପରିବେଷଣ କରୁଛନ୍ତି। ଅନେକ ଲୋକ ଏହାର ମଜା ନେଉଛନ୍ତି। ହଠାତ ଏକ ଲାଇଟ୍‌ ପାକରେ ନିଆଁ ଜଳିବା ଆରମ୍ଭ ହୋଇଥିଲା। ଏହା ଦେଖି କଳାକାରମାନେ କାର୍ଯ୍ୟକ୍ରମ ବନ୍ଦ କରିଦେଇଥିଲେ। ହଠାତ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଉକ୍ତ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଯଦି ସେହି ସମୟରେ ତୁରନ୍ତ ଦର୍ଶକ ଓ କଳାକାରମାନେ ସେଠାରୁ ବାହାରି ଯାଇଥାଆନ୍ତେ, ତେବେ ଜୀବନ ବଞ୍ଚି ଯାଇଥାଆନ୍ତା। କିନ୍ତୁ ସେଠାରୁ ବାହାରିବାରେ ବିଳମ୍ବ ହୋଇଥିବା ଭିଡିଓରୁ ଜଣାପଡ଼ିଛି। ଅଣନିଃଶ୍ଵାସୀ ହୋଇ ଏକାଧିକ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories