ସମାଜଲାଇଭ ଡେସ୍କ: ମାଓବାଦୀ ଆତ୍ମସମର୍ପଣ ଅର୍ଥରାଶି ବୃଦ୍ଧି କରିଛନ୍ତି ସରକାର। କୌଣସି ମାଓବାଦୀ ଏକେ-୪୭ ବନ୍ଧୁକ ସହିତ ଆତ୍ମସମର୍ପଣ କଲେ ତାଙ୍କୁ ଏହି ବର୍ଦ୍ଧିତ ଅର୍ଥରାଶି ପ୍ରଦାନ କରାଯିବ। ଏହାସହିତ ଏସଏଲଆର ବନ୍ଧୁକ ସହିତ ଆତ୍ମସମର୍ପଣ କଲେ ବି ଏହି ରାଶି ମିଳିବ। ପୂର୍ବରୁ ଏଥିପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ମିଳୁଥିଲାବେଳେ ବର୍ତ୍ତମାନ ବର୍ଦ୍ଧିତ ରାଶି ଅନୁସାରେ ମିଳିବ। ୧୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଥିବା ମାଓବାଦୀମାନଙ୍କୁ ୫ ଲକ୍ଷ ଟଙ୍କା ମିଳିବ। ଏହା ବ୍ୟତୀତ ସେମାନଙ୍କ ନାମରେ ଥିବା ମାମଲା ସରକାର ପ୍ରତ୍ୟାହାର କରିନେବେ ବୋଲି ନିଷ୍ପତ୍ତି ନେଇଛନ୍ତି।
Popular Categories



