www.samajalive.in
Friday, December 5, 2025
23.1 C
Bhubaneswar

ସେଜଲଙ୍କ ପ୍ରେମିକଙ୍କୁ ଉଠାଇ ନେଲା ପୁଲିସ

ସମାଜ ଲାଇଭ ଡ଼େସ୍କ : ପ୍ରେମ ପାଇଁ ଆମେରିକାରୁ ଆସିଥିବା ସେଜଲଙ୍କ ପ୍ରେମିକକୁ ଉଠାଇ ନେଲା ପୁଲିସ । ସେଜଲଙ୍କ ପ୍ରେମିକ ଅମର  ଦାସକୁ  ଉଠାଇ ନେଇଛି ବାଲେଶ୍ବର ଜିଲା ସହଦେବ ଖୁଣ୍ଟା ପୁଲିସ । ଖବର ଅନୁସାରେ ଅମରଙ୍କୁ କାଉନ୍ସେଲିଂ ପାଇଁ ପୁଲିସ ଡାକିଥିଲା । କାଉନ୍ସେଲିଂର କିଛି ସମୟ ପରେ ପୁଲିସ ତାଙ୍କୁ ଉଠାଇ ନେଇଛି । ତାଙ୍କୁ ବାଲେଶ୍ବର ନାରୀ ସଦନ ପାଖରୁ ପୁଲିସ ଉଠାଇଥିବା ସୂଚନା ରହିଛି । ଅଭିଯୋଗ ଅନୁସାରେ ଅମର ସେଜଲ ଜନ ଓରଫ ପୂଜାଙ୍କ ପାଳିତ ବାପା ମା ଙ୍କୁ କୋଟିଏ ଟଙ୍କା ମାଗିଥିଲେ । ଆଜି ଅମରକୁ ଜବରଦସ୍ତ ପ୍ରବେଶ କରିଥିବା ଅଭିଯୋଗରେ ଉଠାଇ ନେଲା ପୁଲିସ । ଅମର ପୂଜା ରହୁଥିବା ସ୍ଥାନରେ ଜବରଦସ୍ତ ପ୍ରବେଶ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories