www.samajalive.in
Friday, December 5, 2025
23.1 C
Bhubaneswar

ଶୋଚନୀୟ ପରାଜୟ : ଦାୟୀ କିଏ ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପାଇଁ ଦାୟୀ କିଏ ? ଖେଳାଳୀ ନା ମ୍ୟାନେଜମେଣ୍ଟ ନା କୋଚ୍ । ବର୍ତ୍ତମାନ୍ ଏମିତି କିଛି ଚର୍ଚ୍ଚା ଜୋର ଧରିଛି। ଆଜି ଗୌହାଟୀରେ ଭାରତ ଲଜ୍ଜାଜନକ ଭାବେ ପରାସ୍ତ ହୋଇଛି। ଦକ୍ଷିଣ ଆଫ୍ରିକାଠାରୁ ମ୍ୟାଚ୍ ସହ ସରିଜ୍‌ ହାରିଛି ଭାରତ। ୪୦୮ ରନ୍‌ରେ ଦକ୍ଷିଣ ଆଫ୍ରିକା ବଡ ବିଜୟ ହାସଲ କରିଛି। ଦ୍ଵିତୀୟ ଇଂନିସରେ ମାତ୍ର ୧୪୦ରେ ସରେଣ୍ଡର କରିଛନ୍ତି ଭାରତୀୟ ବ୍ୟାଟର। ଟିମ୍ ଇଣ୍ଡିଆ ଦାୟିତ୍ଵହୀନ , ଖାମଖିଆଲ ବ୍ୟାଟିଂର ନମୁନା ପ୍ରଦର୍ଶନ କରିଛନ୍ତି। ସାଇ, ଜୁରେଲ ଏବଂ ନୀତୀଶ ସୁଯୋଗର ସଦବ୍ୟବହାର କରିପାରିଲେନି। ଦକ୍ଷିଣ ଆଫ୍ରିକା ୨-୦ରେ ସରିଜ୍ ପୋଛି ନେଇଛି। ସେପଟେ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ହାରିବା ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ପ୍ରଶ୍ନରେ ଘେରିଛନ୍ତି ଗଣମାଧ୍ୟମ ପ୍ରତିନିଧି। ଏହାର ଜବାବ ନୂଆ ବିବାଦ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ପାଇଁ ଟିମ୍ ହାରେନି। କିମ୍ବା ଗୋଟିଏ ବ୍ୟକ୍ତିବିଶେଷକୁ ଦାୟୀ କରାଯାଇ ପାରିବନି ବୋଲି ଗମ୍ଭୀର କହିଛନ୍ତି।

ମ୍ୟାଚ୍‌ ପରେ ଗୌତମ ଗମ୍ଭୀର ଯେଉଁଭଳି ବୟାନ ଦେଇଛନ୍ତି ତାହାକୁ ନେଇ ଆକଳନ କରାଯାଉଛି ଯେ, ସେ ଇସ୍ତଫା ଦେଇପାରନ୍ତି । ଭାରତର ପ୍ରଦର୍ଶନକୁ ନେଇ ତାଙ୍କ ଉପରେ ପ୍ରଶ୍ନ ଉଠିବା ପରେ କହିଛନ୍ତି ମୋ ଭବିଷ୍ୟତର ନିଷ୍ପତ୍ତି ବିସିସିଆଇ ନିର୍ଦ୍ଧାରଣ କରିବ । ହେଲେ ମୁଁ ହେଉଛି ସେହି ଲୋକ ଯିଏ ଇଂଲଣ୍ଡରେ ଆପଣଙ୍କୁ ରେଜଲ୍ଟ ଦେଇଛି ଏବଂ ଚାମ୍ପିୟନ୍ସ ଟ୍ରଫି ଜିତାଇଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ହାରିବା ପରେ ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ଗୌତମ ଗମ୍ଭୀର । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ସହ ଗମ୍ଭୀର କହିଛନ୍ତି ଯେ ସିରିଜ୍ ପରାଜୟ ପାଇଁ ସମସ୍ତେ ଦାୟୀ, କିନ୍ତୁ ଏହାର ଆରମ୍ଭ ତାଙ୍କଠାରୁ ହିଁ ହୋଇଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories