www.samajalive.in
Friday, December 5, 2025
23.1 C
Bhubaneswar

ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ୨୭ବର୍ଷ ଜେଲ

ସମାଜ ଲାଇଭ ଡ଼େସ୍କ : ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କୁ ୨୭ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି ବ୍ରାଜିଲ ଉଚ୍ଚ ଅଦାଲତ । ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ଜାଇର ବୋଲସୋନାରୋ ​​ହାରିବା ପରେ ତାଙ୍କ ପଦ ବଞ୍ଚାଇ ରଖିବା ପାଇଁ ଏକ ବିଦ୍ରୋହ ହୋଇଥିଲା । ଯାହାର ନେତୃତ୍ୱ ନେବା ଘଟଣାରେ ଜାଇରଙ୍କୁ ୨୫ ନଭେମ୍ବରରେ ୨୭ ବର୍ଷର କାରାଦଣ୍ଡ ଦେଇଛନ୍ତି ଉଚ୍ଚ ଅଦାଲତ । ଯାହାକୁ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରର ଅନେକ ଲୋକ ଅପେକ୍ଷା କରିଥିଲେ । ମାମଲାର ତଦାରଖ କରିଥିବା ବିଚାରପତି ଆଲେକଜାଣ୍ଡର ଡି ମୋରେସ୍ ରାୟ ଦେଇଛନ୍ତି ଯେ ବୋଲସୋନାରୋ ୨୨ ନଭେମ୍ବରରେ ଦେଶରୁ ପଳାୟନ ସନ୍ଦେହ ବୋଲି ବିବେଚନା କରାଯିବା ପରେ ଗିରଫ କରାଯାଇ ଫେଡେରାଲ ପୁଲିସ ମୁଖ୍ୟାଳୟରେ ରଖା ଯାଇଥିଲା । ବିଚାରପତିଙ୍କ କହିବା ଅନୁସାରେ ବୋଲସୋନାରୋଙ୍କ ଓକିଲ ନଭେମ୍ବର ୨୪ରେ  ସମସ୍ତ ଆବେଦନ କରିସାରିଛନ୍ତି । ତାଙ୍କ ଓକିଲମାନେ ଚାହୁଁଥିଲେ ଯେ ତାଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ତାଙ୍କୁ ଗିରଫ ପରେ ଘରେ ରଖାଯାଉ । ବ୍ରାଜିଲରେ ଏପରି ଘଟଣା ନୂଆ ନୁହେଁ । ପୂର୍ବରୁ ମିସେଲ ଟେମର ଏବଂ ତାଙ୍କ ଉତ୍ତରାଧିକାରୀ ଲୁଲା ମଧ୍ୟ ଜେଲ ଯାଇଛନ୍ତି। ୧୯୯୦ ରୁ ୧୯୯୨ ମଧ୍ୟରେ ଶାସନ କରିଥିବା ଫର୍ନାଣ୍ଡୋ କଲର ଡି ମେଲୋରେ ଦୁର୍ନୀତି ଦୋଷୀ ସାବ୍ୟସ୍ତ ହୋଇ ବର୍ତ୍ତମାନ ଗୃହବନ୍ଦୀ ଅଛନ୍ତି ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories