ସମାଜ ଲାଇଭ ଡ଼େସ୍କ : ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରରେ ପତାକା ଉତ୍ତୋଳନ କରିବା ପୂର୍ବରୁ ଅଯୋଧ୍ୟାର ସପ୍ତମନ୍ଦିରରେ ପହଞ୍ଚି ଶକ୍ତିପୀଠ ଦର୍ଶନ କରୁଛନ୍ତି । ପ୍ରଥମେ ମୋଦୀ ଅଯୋଧ୍ୟାରେ ପହଞ୍ଚିବା ପରେ ରୋଡଶୋ ଆରମ୍ଭ ହୋଇଥିଲା । ଏକ କିଲୋମିଟର ରାସ୍ତାରେ ୧୨ଟି ସ୍ଥାନରେ ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା । ସାତଟି ସ୍ଥାନରେ ସାଂସ୍କୃତିକ ମଞ୍ଚ ସ୍ଥାପନ କରାଯାଇଥିଲା ଯେଉଁଠାରେ ଲୋକ କଳାକାରମାନେ ସଙ୍ଗୀତ ଏବଂ ନୃତ୍ୟ ପ୍ରଦର୍ଶନ ସହିତ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ମୋଦୀ ସପ୍ତମନ୍ଦିରରେ ପହଞ୍ଚି ଶକ୍ତିପୀଠ ଦର୍ଶନ କରିଛନ୍ତି । ଏହା ପରେ ମୋଦୀ ଧ୍ଵଜା ଆରୋହଣ ପାଇଁ ରାମ ମନ୍ଦିର ଯାଇ କାର୍ଯ୍ୟକ୍ରମ ରେ ଯୋଗଦେବେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବାନ୍ ପଟେଲ ଏବଂ ଆରଏସଏସ ମୁଖ୍ୟ ମୋହନ ଭଗବତ ଏହି ଉତ୍ସବରେ ମୋଦୀଙ୍କ ସହ ଯୋଗଦେବେ ।
Popular Categories



