www.samajalive.in
Friday, December 5, 2025
23.1 C
Bhubaneswar

ମଦ ଦୋକାନ ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟ୍‌

ବାଲେଶ୍ୱରର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଷ୍ଟେସନ ରୋଡ଼ରେ ଥିବା ଏକ ମଦ ଦୋକାନ ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମ୍ୟାନେଜର ଜଣଙ୍କ ହେଲେ ଓଳିହାପଟଣା ଗାଁର ପୁନେଶ୍ୱର କୁମାର । ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ତାଙ୍କୁ ଆକ୍ରମଣ କରି ୧ ଲକ୍ଷ ୩୦ ହଜାର ଟଙ୍କା ସହିତ ସୁନା ଚେନ ଓ ମୋବାଇଲ ଲୋଟି ନେଇଥିଲେ ଦୁର୍ବୃତ୍ତ ।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଏକ ପଲସର ବାଇକରେ ଆସି ପ୍ରଥମେ ତାଙ୍କ ଗାଡିକୁ ଆଡା ପକାଇଥିଲେ, ପରେ ମଦ ଦୋକାନର ମ୍ୟାନେଜରଙ୍କ ହାତ ଓ ଅଣ୍ଟାକୁ କଟୁରୀରେ ଆକ୍ରମଣ କରିଥିଲେ । ଏହାପରେ ତାଙ୍କ ଠାରୁ ଟଙ୍କା ଓ ସୁନା ନେଇ ଫେରାର ହୋଇଯାଇଥିଲେ । ଭୟରେ ମ୍ୟାନେଜର ଜଣଙ୍କ ସେଠାରୁ ଦୌଡ଼ି ପଳାଇ ଆସିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଖନ୍ତାପଡ଼ା ପୁଲିସ ଘଟଣାର ତଦନ୍ତ ଜାରିରଖିଛି ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories