ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପନ୍ଦର ଟି ପଂଚାୟତ ଏବଂ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ପୁଣି ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ନେଇ ପୁଣି ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଗତ ମାସରେ ମନ୍ଥାର ପ୍ରଭାବରେ ହୋଇଥିବା କ୍ଷତି ଏବେ ଚାଷୀଙ୍କ ମନରୁ ଲିଭି ନଥିବା ବେଳେ ପୁଣି ସମ୍ଭାବ୍ୟ ବାତ୍ୟା କୁ ନେଇ ଚାଷୀଙ୍କ ମଧ୍ୟରେ ନିରାଶ ଭାବ ଦେଖାଦେଇଛି ।
ଧାନ ଅମଳ କରି ଚାଷୀ ଘରକୁ ଆଣିବା ସମୟରେ ତାହା ବର୍ତମାନ ନଷ୍ଟ ହେବାକୁ ଯାଉଛି । ଯାହାକି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିବା ସଦୃଶ୍ୟ ହୋଇଛି । କିଛି ଚାଷୀ ଧାନ କାଟି ଅମଳ କରି କିଭଳି ଘରକୁ ଆଣିବେ ତାହାକୁ ନେଇ ବ୍ୟସ୍ତ ରହିଛନ୍ତି । ଅନ୍ୟପଟେ ଏନେଇ କୃଷି ଅଧିକାରୀ ଏହି ପରିସ୍ଥିତିରେ ଧାନକୁ କିଭଳି ସୁରକ୍ଷିତ ରଖିବାକୁ ହେବ ସେନେଇ କୌଣସି ପ୍ରକାର ଚାଷୀକୁ ସଚେତନ ପାଇଁ ମଧ୍ୟ ସୂଚନା ଦେଉନାହାନ୍ତି ।
ଏପରିକି କୃଷି କ୍ଷେତ୍ରକୁ ଦେଖିବାକୁ ମଧ୍ୟ ଯାଉନାହାନ୍ତି କ୍ଷ ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଉଛି । ସୂଚନାଯୋଗ୍ୟ ଯେ ଅକ୍ଟୋବର ମାସରେ ବାତ୍ୟା ମନ୍ଥାର ପ୍ରଭାବରେ ବର୍ଷା, ପବନ ଯୋଗୁଁ କିଛି ମାତ୍ରରେ ନଷ୍ଟ ହୋଇଥିଲା । ବଳକା ସେଥିରୁ କିଛି ପାଇବା ପାଇଁ ଚାଷୀ ଆଶା ବାନ୍ଧି ଥିବା ବେଳେ ବର୍ତମାନ ପୁଣି ଲଘୁଚାପ ଜନିତ ବର୍ଷା ଓ ସମ୍ଭାବ୍ୟ ବାତ୍ୟା ନେଇ ଏବେ ଚାଷୀଙ୍କ ସମସ୍ୟା କୁ ଦିଗୁଣିତ କରିଦେଇଛି ।
ସମ୍ଭାବ୍ୟ ବାତ୍ୟା ଯୋଗୁଁ ଯଦି ବର୍ଷା ଏବଂ ପବନ ହୁଏ ତାହାଲେ ପାଚିଲା ଧାନ ଗୁଡିକୁ ନଷ୍ଟ ହେବା ସହ ଏହି ସବୁ ଅଞ୍ଚଳ ଯଥା ଗଞ୍ଜାମ ବ୍ଲକ ର ପାଳିବନ୍ଧ, ହୁମା, ରାମଗଡ଼, ସୁବଳୟା, ସାନ ରାମଚନ୍ଦ୍ର ପୁର, ଝାରେଡି ରାଧା ଗୋବିନ୍ଦ ପୁର, ପାଲଙ୍ଗ, ଖଣ୍ଡଦେଉଳି, ପୋଇରାଶି, କାଇଞ୍ଚ ପୁର, ମଲାଡ଼, ସନ୍ତୋଷ ପୁର, ଉମୁରି ଧର୍ମ ଶରଣ ପୁର, କରପଡା, ରାଜପୁର ସମେତ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳର ରହିଥିବା ଚାଷୀ ମାନେ ଅସୁବିଧାରେ ସମ୍ମୁଖୀନ ହେବା ସହ ଅଧିକ ମାତ୍ରରେ ପ୍ରଭାବିତ ହେବେ ।



