ଭାରତୀୟ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି ଏସ-୧୦, ଏସ୍-୧୦ପ୍ଲସ ଏବଂ ଏସ୍-୧୦ଇ
ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ତାର ନୂଆ ଫ୍ଲାଗସିପ ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସି ଏସ-୧୦, ଗାଲାକ୍ସି ଏସ୍-୧୦ପ୍ଲସ ଏବଂ ଏସ୍-୧୦ଇକୁ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହି ତିନୋଟି ଫୋନର ଡିସପ୍ଲେ ଉପରେ ପଞ୍ଚ ହୋଲ କ୍ୟାମେରା ଦିଆଯାଇଛି ଏବଂ ଏହାବ୍ୟତୀତ ଏହି ସ୍ମାର୍ଟଫୋନରେ ଆପଣ ଫାଷ୍ଟ ଓୟାରଲେସ ଚାର୍ଜିଙ୍ଗ ସହାୟତାରେ ଚାର୍ଜ ମଧ୍ୟ କରିପାରିବେ। ଏହି ଫୋନର ସବୁଠାରୁ ଖାସ କଥା ହେଉଛି ଏହାର ଗୋଟିଏ ଫୋନରୁ ଆଉଗୋଟିଏ ଫୋନକୁ ଚାର୍ଜ କରିପାରିବେ। ତେବେ ଆସନ୍ତୁ ଏହି ଫୋନର ବିଶେଷତ୍ୱ ବିଷୟରେ ଅଧିକ କିଛି ଜାଣିବା।
ସାମସଙ୍ଗ ଗାଲାକ୍ସି ଏସ୍-୧୦ର ବିଶେଷତ୍ୱ
ସାମସଙ୍ଗ ଗାଲାକ୍ସି ଏସ୍-୧୦ରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ ରହିଛି। ଏହି ଫୋନରେ ୬.୧ଇଞ୍ଚର କ୍ୟୁଏଚଡିପ୍ଲସ କର୍ଡ ଡାଇନାମିକ ଏମୋଲେଡ ଇନଫିନିଟି ଓ ଡିସପ୍ଲେ ପାଇପାରିବେ। ଯାହାର ଆସପେକ୍ଟ ରେଶିୟୋ ୧୯:୯ରହିଛି। ଏହାବ୍ୟତୀତ ଏହି ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୮୫୫ପ୍ରୋସେସର ରହିଛି। ଯାହାର କ୍ଲାକ ସ୍ପିଡ ୨.୮ଜିଏଚଜେଡ। ଖବାର ଅନୁସାରେ ବିଭିନ୍ନ ଦେଶରେ ଅଲଗା ଅଲଗା ପ୍ରୋସେସର ସହିତ ଏହାକୁ ଲଞ୍ଚ କରାଯାଇଛି। ଏହି ଫୋନରେ ୮ଜିବି ରାମ ସହିତ ୧୨୮ଜିବି ଏବଂ ୫୧୨ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାଡ ସାହାର୍ଯ୍ୟରେ ବଢାଇପାରିବେ।
ସାମସଙ୍ଗ ଗାଲାକ୍ସି ଏସ୍-୧୦ର କ୍ୟାମେରା
ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ତିନୋଟି ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲର ୭୭ଡିଗ୍ରୀ ଆଙ୍ଗଲ ଥିବା, ଅନ୍ୟଟି ୧୨ମେଗାପିକ୍ସେଲର ୪୫ଡିଗ୍ରୀ ଆଙ୍ଗଲ ଥିବା ଟେଲିଫଟୋ ଲେନ୍ସ ଏବଂ ୧୬ମେଗାପିକ୍ସେଲର ୧୨୩ଡିଗ୍ରୀ ଆଙ୍ଗଲ ଥିବା ଅଲ୍ଟ୍ା ୱାଇଡ ଲେନ୍ସ ରହିଛି। ସେଲଫି ପାଇଁ ଆପଣଙ୍କୁ ୧୦ମେଗାପିକ୍ସେଲର ଏଫ୍/୧.୯ଅଫର୍ଚର ଥିବା କ୍ୟାମେରା ମିଳିବ। ଏହାଦ୍ୱାରା ଆପଣ ୪କେ ଭିଡିଓ କଲିଙ୍ଗ ମଧ୍ୟ କରିପାରିବେ।
ସାମସଙ୍ଗ ଗାଲାକ୍ସି ଏସ୍-୧୦ର ସଂଯୋଗ ଏବଂ ମୂଲ୍ୟ
ଫୋନରେ ହର୍ଟରେଟ ସେନସର, ଜିପିଏସ୍, କମ୍ପାସ, ଇନ୍-ଡିସପ୍ଲେ ଟିପଚିହ୍ନ ସେନସର, ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁ-ଟୁଥ-୫.୦, ୩.୫ଏମ୍ଏମର ହେଡଫୋନ ଜ୍ୟାକ୍, ଟାଇପ-ସି ଚାର୍ଜିଙ୍ଗ ପୋର୍ଟ ଏବଂ ୩୪୦୦ଏମ୍ଏଚର ବ୍ୟାଟେରୀ ରହିଛି।
ଏହି ଫୋନର ମୂଲ୍ୟ ୬୩,୯୦୦ଟଙ୍କା। ଫୋନର ବିକ୍ରି ମାର୍ଚ୍ଚ ୦୮ରୁ ଆମେରିକାରେ ହେବ। ସେହିଭଳୂି ଏହାର ପ୍ରି-ଅର୍ଡର ଗୁରୁବାର ଠାରୁ ଆରମ୍ଭ ହୋଇସାରିଛି।
କହିରଖୁଛୁ, ସାମସଙ୍ଗ କମ୍ପାନୀ ଗାଲାକ୍ସି ଏସ୍-୧୦ ସହିତ ଗାଲାକ୍ସି ଏସ୍-୧୦ପ୍ଲସ ଏବଂ ଏସ୍-୧୦ଇକୁ ଲଞ୍ଚ କରିଛି। ଗାଲାକ୍ସି ଏସ୍-୧୦ଇରେ ୫.୮ଇଞ୍ଚର ଡିସପ୍ଲେ ଦିଆଯାଇଛି ଏବଂ ଏସ୍-୧୦ପ୍ଲସରେ ୬.୪ଇଞ୍ଚର ଡିସପ୍ଲେ ରହିଛି। ଏହି ଫୋନରେ ମଧ୍ୟ ଓୟାରଲେସ ଚାର୍ଜିଙ୍ଗର ସପୋର୍ଟ ମିଳିବ। ଗାଲାକ୍ସି ଏସ୍-୧୦ପ୍ଲସର ମୂଲ୍ୟ ୭୧,୦୦୦ଟଙ୍କା ଏବଂ ଏସ୍-୧୦ଇର ମୂଲ୍ୟ ୫୩,୩୦୦୦ଟଙ୍କା ରଖାଯାଇଛି।