www.samajalive.in
Friday, December 5, 2025
27.1 C
Bhubaneswar

୨୮ଯାଏ ଘୁଞ୍ଚିଲା ମାଟ୍ରିକ୍‌ ଫର୍ମପୂରଣ

କଟକ: ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ଅବଧି ବୃଦ୍ଧି ପାଇଛି। ଆସନ୍ତା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୮ରୁ ଫର୍ମ ପୂରଣ ଆରମ୍ଭ ହୋଇଥିଲା। ବୋର୍ଡ ୱେବସାଇଟ୍‌ www.bseodisha.ac.in ରେ ପ୍ରଦତ୍ତ ଲିଙ୍କ୍‌ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍‌ଲାଇନ ଜରିଆରେ ବହୁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ନଭେମ୍ବର ୨୨ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଫର୍ମ ପୂରଣର ଅବଧି ରହିଥିଲେ। ବିଭିନ୍ନ ଜିଲାରେ ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି ହୋଇଛି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀମାନେ ମଧ୍ୟ ୨୮ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରିପାରିବେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories