www.samajalive.in
Friday, December 5, 2025
27.1 C
Bhubaneswar

ସୋର କୋର୍ଟ ମାଲଖାନା ଲୁଟ ଘଟଣା : ତିନି ଗିରଫ

ସୋର : ବାଲେଶ୍ୱର ଜିଲା ସୋର କୋର୍ଟ ମାଲଖାନା ଲୁଟ ଘଟଣାରେ ସୋର ପୁଲିସ ଆଜି ୫୦୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହା ବଜାରରେ ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟାଙ୍କର ହେବ । ଏହା ସହିତ ୪ଟି ମୋବାଇଲ ପୁଲିସ ଜବତ କରିଛି । ବ୍ରାଉନସୁଗାର ରଖିବା ଅଭିଯୋଗରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତିନି ଅଭିଯୁକ୍ତ ହେଲେ ମଙ୍ଗଳପୁର ରଘୁନାଥ ପୁର ଗ୍ରାମର ଲକ୍ଷ୍ମଣ ଦାସ, ଗଗନ ସାମଲ ଓ ଲକ୍ଷ୍ମୀଧର ଦାସ ଗିରଫ ।

ଆଜି ଲକ୍ଷ୍ମଣ ଘରୁ ପୁଲିସ ବ୍ରାଉନ ସୁଗାର ଜବତ କରିଛି । ଗତ ଦୁଇ ତାରିଖ ଦିନ ସୋର କୋର୍ଟ ମାଲଖାନାରୁ ଲୁଟ ବ୍ରାଉନ ସୁଗାରକୁ ଅଭିଯୁକ୍ତମାନେ କିଣିଥିଲେ । ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କାରିବା ସହିତ ଏକ ପିସ୍ତଲ, ୨୫ ରାଉଣ୍ଡ ଗୁଳି, ସୁନା ରୂପା ଗହଣା ଜବତ କରିଥିଲା । ଘଟଣାରେ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି । ବ୍ରାଉନ ସୁଗାର ଜବତ ଘଟଣାରେ ଆଇଆଇସି ମୁକୁନ୍ଦ ମୁରାରୀ ପାତ୍ର ଅଭିଯୋଗ କରିଥିବା ବେଳେ ତଦନ୍ତ କରି ଅଧିକରି ଏସଆଇ ସାଧୁସିଂ ଗାଗରାଇ ରହିଛନ୍ତି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories