ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ୪ଜଣଙ୍କୁ ରିମାଣ୍ଡରେ ନେଇଛି ପୁଲିସ । କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ପୁଲିସ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି । ବୈଦ୍ୟନାଥପୁର ଥାନାରେ ଏସପି ସର୍ବଣା ବିବେକ ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରୁଥିବା ସୂଚନା ମିଳିଛି । ପୂର୍ବରୁ ଏହି ୪ଅଭିଯୁକ୍ତଙ୍କ ସହ ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା ପୁଲିସ ।
ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୋଷୀ କିପରି ଦଣ୍ଡ ପାଇବ ସେନେଇ ପୁଲିସ ପୁରା ଖୋଳତାଡ ଜାରି ରଖିଥିବା ବେଳେ ୪ଜଣଙ୍କୁ ରିମାଣ୍ଡରେ ନେଇ ଜେରା କରାଯାଉଛି । ଏହାପରେ କିଛି ପ୍ରମାଣ ପୁଲିସ ହାତରେ ଲାଗିପାରେ ବୋଲି କୁହାଯାଉଛି ।



