www.samajalive.in
Friday, December 5, 2025
27.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରୁ ୧୦ ନିଖୋଜ

ସମାଜ ଲାଇଭ୍‌ ଡେସ୍କ : ଦିଲ୍ଳୀ ବିସ୍ଫୋରଣ ଘଟଣାର ତଦନ୍ତ କରି ବଡ଼ ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଦାବି କରିଛି ଯେ ଅଲ୍‌-ଫଲାହ ଅଧ୍ୟକ୍ଷ ବିଦେଶ ପଳାଇବାକୁ ଚେଷ୍ଟା କରୁଥିଲେ ଏବଂ ବିଶ୍ୱବିଦ୍ୟାଳୟରୁ ୧୦ ଜଣ ନିଖୋଜ ଅଛନ୍ତି ।

ଦିଲ୍ଲୀ ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କବାଦୀ ଡାକ୍ତରଙ୍କ ପାଇଁ “ନିରାପଦ ଆଶ୍ରୟସ୍ଥଳ” ଭାବରେ କାର୍ଯ୍ୟ କରିଥିବା ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଠୋରତା ଜାରି କରିଛି । ବୁଧବାର ଇଡି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଜୱାଦଙ୍କୁ ସାକେତ ଅଦାଲତରେ ହାଜର କରିଥିଲା । ଅଭିଯୋଗ ଶୁଣିବା ପରେ ଅଦାଲତ ଜୱାଦଙ୍କୁ ୧୩ ଦିନିଆ ରିମାଣ୍ଡରେ ଇଡିକୁ ପଠାଇଛି । ଇଡି ଅନୁଯାୟୀ, ସିଦ୍ଦିକୀଙ୍କ ପରିବାର ଉପସାଗରୀୟ ଦେଶରେ ବସବାସ କରୁଛନ୍ତି ଏବଂ ସେ ମଧ୍ୟ ବିଦେଶ ପଳାଇବାକୁ ପ୍ରସ୍ତୁତ ହେଉଥିଲେ । ଯଦି ତାଙ୍କୁ ଗିରଫ କରାଯାଇ ନ ଥାଆନ୍ତା, ତେବେ ସେ ତଦନ୍ତରୁ ରକ୍ଷା ପାଇପାରିଥାନ୍ତେ ଏବଂ ବିଦେଶ ପଳାଇ ପ୍ରମାଣ ନଷ୍ଟ କରିପାରିଥାନ୍ତେ । ଇଡି ଅଦାଲତକୁ କହିଛି ଯେ ୧୯୯୦ଦଶକରୁ, ଅଲ-ଫଲାହ ଗ୍ରୁପ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ପାଲଟିଛି । ତଥାପି ଗୋଷ୍ଠୀର ଆର୍ଥିକ ସ୍ଥିତି ଏବଂ ଏହାର ସମ୍ପତ୍ତି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି । ଅନ୍ୟପକ୍ଷରେ ମହୁରେ ଜୱାଦର ଘରକୁ ବେଆଇନ ଘୋଷଣା କରାଯାଇଛି । ତିନି ଦିନର ଅଲ୍ଟିମେଟମ୍ ଦିଆଯାଇଛି। ଏହା ପରେ, କ୍ୟାଣ୍ଟ ବୋର୍ଡ ଏହାକୁ ହଟାଇବାକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅନ୍ୟପକ୍ଷରେ, ଆଲ୍-ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କିମ୍ବା ପଢ଼ୁଥିବା ୧୦ଜଣ ନିଖୋଜ ଅଛନ୍ତି। ସେମାନଙ୍କ ସହିତ ଯୋଗାଯୋଗ କରାଯାଇ ପାରୁନାହିଁ । ସେମାନଙ୍କ ମଧ୍ୟରୁ ତିନି ଜଣ କାଶ୍ମୀରୀ । ସେମାନଙ୍କ ଫୋନ୍ ବନ୍ଦ ଅଛି । ଜମ୍ମୁ-କାଶ୍ମୀର ଏବଂ ହରିୟାଣା ପୋଲିସ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories