www.samajalive.in
Friday, December 5, 2025
23.1 C
Bhubaneswar

ବାଂଲାଦେଶୀ ସନ୍ଦେହରେ ଚଢ଼ଉ, ୨ ଅଟକ ୩ ପୁଲିସ କର୍ମଚାରୀ ଆହତ, ବହୁ ମାରଣାସ୍ତ୍ର ଜବତ

ଜଗତସିଂହପୁର: ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଫାଣ୍ଡି ପଛପଟେ ଥିବା ବେହରାମପୁର ବସ୍ତିରେ ପୁଲିସ ରବିବାର ରାତିରେ ବାଂଲାଦେଶୀ ରହୁଥିବା ଖବର ପାଇ ଚଢଉ କରିଥିଲା। ଚଢଉ ସମୟରେ ବସ୍ତି ଲୋକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା, ଯେଉଁଥିରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପରେ ୩ ପ୍ଲାଟୁନ ଫୋର୍ସ ମଗାଇ ପୁଲିସ ଚଢଉ କରି ୨ ଜଣଙ୍କୁ ଧରିଥିବା ବେଳେ ପ୍ରାୟ ୧୦/୧୨ ଜଣ ଖସି ପଳାଇଛନ୍ତି। ବାଂଲାଦେଶୀ ସନ୍ଦେହରେ ସେମାନଙ୍କୁ ଜଗତସିଂହପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ସେମାନେ ରହୁଥିବା ଘରୁ ଗୋଟିଏ ବନ୍ଧୁକ ସହ ୧୦ରୁ ୧୨ଟି ଖଣ୍ଡା, କଟୁରି ଓ ଶାବଳ ଆଦି ଜବତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ତରିକୁନ୍ଦ କେନାଲ ବନ୍ଧ କଡରେ ଥିବା ବେହରାମପୁର ମୁସଲିମ ବସ୍ତିରେ ବାହାରୁ କିଛି ବାଂଲାଦେଶୀ ଆସି ରହୁଥିବା ନେଇ ଜଗତସିଂହପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଦିଲ୍ଲୀର ଲାଲକିଲା ବୋମା ବିସ୍ଫୋରଣ ଘଟଣା ପରେ ସାରା ଦେଶରେ ଯାଞ୍ଚ କଡାକଡି କରିବାକୁ ନିର୍ଦେଶ ରହିଥିବାରୁ ରବିବାର ସଂଧ୍ୟା ପ୍ରାୟ ୮ଟା ସମୟରେ ଜଗତସିଂହପୁର ପୁଲିସର ଏକ ୫/୬ ଜଣିଆ ଟିମ୍‌ ଉକ୍ତ ବସ୍ତିକୁ ଯାଞ୍ଚ କରିବାକୁ ଯାଇଥିଲେ। ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା।

- Advertisement -

ବସ୍ତିରେ ଥିବା ପ୍ରାୟ ୧୫/୧୭ଟି ଆଜବେଷ୍ଟସ ଘର ରହିଛି, ସେଠାରେ ବାହାରୁ ଲୋକ ଆସି ଏଠାରେ ଭଡ଼ା ରହୁଛନ୍ତି। ସେମାନେ ବାଂଲାଦେଶୀ ବୋଲି ଖବରପାଇ ପୁଲିସ ଚଢଉ କରିଥିଲା। ପୁଲିସ ବସ୍ତିରେ ପଶିବା ପରେ ମହିଳା ଓ ପୁରୁଷ ଲୋକେ ପୁଲିସକୁ ଘେରିଯାଇ ଆକ୍ରମଣ କରିଥିଲେ। ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ଏଥିରେ ଏଏସପି ଶ୍ରୀ ଦାସଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ସମୟରେ ବାହାରୁ ଆସି ରହୁଥିବା ଲୋକେ ଘରେ ତାଲା ପକାଇ ଖସି ପଳାଇଥିଲେ। ତଥାପି ପୁଲିସ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କାବୁ କରିଛି। ସେମାନଙ୍କର ମୁଖ୍ୟ କୁହାଯାଉଥିବା ସିକନ୍ଦର ଆଲାମ ଓରଫ ସିକୁ ସହ ଅନ୍ୟ ୧୦/୧୨ଜଣ ଫେରାର ହୋଇଯାଇଛନ୍ତି। ଧରା ପଡ଼ିଥିବା ୨ଜଣଙ୍କୁ ସଙ୍ଗେ ସଙ୍ଗେ ଜଗତସିଂହପୁର ଥାନାକୁ ଆଣି ସେମାନଙ୍କ ପରିଚୟ ଯାଞ୍ଚ କରାଯାଉଛି। ପରେ ଅଧିକ ପୁଲିସ ଫୋର୍ସ ମଗାଯାଇ ପୁଲିସ ପକ୍ଷରୁ କିଛି ଘର ଯାଞ୍ଚ ସମୟରେ ଗୋଟିଏ ବନ୍ଧୁକ ସହ ୧୦/୧୨ଟି ଖଣ୍ଡା, ତେଲେଙ୍ଗା କଟୁରି, ଶାବଳ ଜବତ କରିଛି। ରାତି ୧୦ଟା ପର୍ଯ୍ୟନ୍ତ ମଧ୍ୟ ସାହିରେ ପୁଲିସ ପକ୍ଷରୁ ଯାଞ୍ଚ ଜାରି ରହିଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories