www.samajalive.in
Monday, December 8, 2025
24.1 C
Bhubaneswar

ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ପୋଲମା ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା 

କଲ୍ୟାଣସିଂହପୁର ୧୫/୧୧: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତରେ ଥିବା ସରକାରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଦେଖିବାକୁ ମିଳିଛି।  ବାଲେଶ୍ୱର ଜିଲ୍ଲାରେ ହୋଇଥିବା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ କନିଷ୍ଠ ବାଳିକା ବିଭାଗରେ ୨୦୦ମିଟର ଦୌଡ଼ରେ ଦ୍ୱିତୀୟ ଓ ଲଳିତା ତିଆକା ୩୦୦୦, ମିଟର ଦୌଡରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହି ଦୁଇ ଛାତ୍ରୀ ଜିଲ୍ଲା, ବ୍ଲକ ଓ ପୋଲମା ବିଦ୍ୟାଳୟର  ଗୌରବ ଅର୍ଜନ କରିଛନ୍ତି। ଏହି ଦୁଇ ପ୍ରତିଯୋଗୀଙ୍କୁ ବିଦ୍ୟାଳୟ ପକ୍ଷରୁ  ସ୍ୱାଗତ କରିବା ସହ ଉନ୍ନତିର କାମନା କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିମନ୍ୟୁ ଚୌଧୁରୀ, କ୍ରୀଡା ଶିକ୍ଷକ ବାବୁଲା ମେଲକା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ପୂର୍ଣ୍ଣ ଅବଦାନ ରହିଥିବାରୁ ଆମେ ଆଗକୁ ଯାଇଛୁ ବୋଲି କ୍ରୀଡା ପ୍ରେମୀ କହିଛନ୍ତି। ସେହିପରି ନାରାୟଣପୁର ସରକାରୀ  ଉଚ୍ଚ ବିଦ୍ୟାଳୟର ଝିଅ ଦୀପିକା ମିଣିଆକା  ୪୦୦ମିଟର ଦୌଡରେ  ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଏହି ଛାତ୍ରୀମାନେ ବିଦ୍ୟାଳୟ, ଜିଲ୍ଲା ଓ ବ୍ଲକ ପାଇଁ ଗୌରବ ଆଣିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories