www.samajalive.in
Sunday, December 7, 2025
23.1 C
Bhubaneswar

ଗାର୍ଲଫ୍ରେଣ୍ଡକୁ ଜନ୍ମଦିନରେ ଆଇଫୋନ ଗିଫ୍ଟ ଦେବାକୁ ଗଞ୍ଜେଇ ବେପାର ! ଦୁଇ ଗିରଫ

କାଲିମେଳା : ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ଦୁଇ ଯୁବକ। ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି। ଲାଚିପେଟା ଛକରେ ପାଟ୍ରୋଲିଂ ବେଳେ ସନ୍ଦେହ ହେବାରୁ ପୁଲିସ୍‌ ସ୍କୁଟିକୁ ଅଟକାଇ ତଦନ୍ତ କରିଥିଲା । ସେଥିରୁ ମୋଟ ୨୨ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛି । ଅଭିଯୁକ୍ତମାନେ ଗଞ୍ଜେଇକୁ ବିକ୍ରି କରିବାକୁ ତେଲଙ୍ଗାନାକୁ ନେଉଥିଲେ। ଗଞ୍ଜେଇ ବିକ୍ରି ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଆଇଫୋନ କିଣି ଦେବା ପାଇଁ ଯୋଜନା କରିଥିଲେ। ଚାଲାଣ ପାଇଁ ବ୍ୟବହୃତ ସ୍କୁଟିକୁ ମଧ୍ୟ ପୁଲିସ୍‌ ଜବତ କରିଛି। ଦୁଇ ଯୁବକ ହେଲେ ଟି. ତ୍ରିନାଥ କୁମାର ଓ ବି. ୟୁଵାଚାରଣ ଆଦିତ୍ୟ । ଉଭୟେ ତେଲଙ୍ଗାନା ଖମ୍ମମ ଜିଲ୍ଲବାସିନ୍ଦା ବୋଲି ଜଣାପଡିଛି। ଉଭୟ ଯୁବକଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories