www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିବା ୪ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିବା ୪ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଉ ଡାକ୍ତରୀ ଅଭ୍ୟାସ କରିପାରିବେନି ଏହି ୪ଜଣ । ଜାତୀୟ ମେଡିକାଲ କମିଶନ ନିଜ ସରକାରୀ ରେଜିଷ୍ଟରରୁ ସେମାନଙ୍କ ନାଁ କାଟି ଦେଇଛି । ବିସ୍ଫୋରଣ ପରେ ବେଆଇନ କାର୍ଯ୍ୟକଳାପ ଆଇନ ଅନୁଯାୟୀ ମାମଲା ରୁଜୁ ହେବା ପରେ ଜାତୀୟ ମେଡିକାଲ କମିଶନ ଶୁକ୍ରବାର ଦିନ ମୁଜାଫର ଅହମ୍ମଦ, ଡାକ୍ତର ଆଦିଲ୍‌ ଅହମ୍ମଦ ରାଠର, ଡାକ୍ତର ମୁଜାମ୍ମିଲ ସକିଲ୍‌ ଏବଂ ଡାକ୍ତର ଶାହିନ ସଇଦଙ୍କ ନାଁ କାଟି ଦିଆଯାଇଛି । କମିଶନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଡାକ୍ତରମାନେ ନା ଅଭ୍ୟାସ କରିପାରିବେ ନା କୌଣସି ରୋଗୀଙ୍କ ଚିକିତ୍ସା କରିପାରିବେ । ଦିଲ୍ଲୀ ବୋମା ବିସ୍ଫୋରଣରେ ସମ୍ପୃକ୍ତ ଏହି ଆତଙ୍କବାଦୀ ଡାକ୍ତରମାନେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ପୁଣି ଥରେ ଡାକ୍ତର ହୋଇପାରିବେ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories