www.samajalive.in
Monday, December 8, 2025
24.1 C
Bhubaneswar

ସାମ୍ନାକୁ ଆସିଲା ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌

ଭୁବନେଶ୍ୱର: ଚର୍ଚ୍ଚିତ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ନାୟିକା ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି। ପୋଷ୍ଟର ଟି ସୁଦୃଶ୍ୟ ହେବା ସହ ଆକର୍ଷଣୀୟ ହୋଇପାରିଛି। ‘ରକ୍ତ ଗୋଲାପ ‘ର କାହାଣୀରେ ପ୍ରେମ, ରହସ୍ୟ ଓ ନାଟକୀୟତା ଭରି ରହିଥିବା ବେଳେ ଏହି ଚଳଚିତ୍ରର ପ୍ରଯୋଜନା କରିଛନ୍ତି ଅଶ୍ରୁଜିତ ମହାପାତ୍ର ଓ ଶୋଭନ ଦାସ। ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଓ ପିନାକୀ ସିଂ। ପୂର୍ବରୁ ‘ଚରିତ୍ର’ (୨୦୨୦), ‘ଡାଲଚିନି’ (୨୦୨୨) ଓ ‘ଫାଲଗୁନ ଚୈତ୍ର’ର ନିର୍ଦ୍ଦେଶନା ଦେଇ ବେଶ ସଫଳତା ହାସଲ କରିଛନ୍ତି ଏହି ନିର୍ଦ୍ଦେଶକ ଯୋଡି। ପ୍ରେମ ଓ ତ୍ୟାଗର ମହନୀୟତା ସାଥିରେ ନ୍ୟାୟିକ ଲଢେଇ ଉପରେ ପର୍ଯ୍ୟବସିତ ଏହାର କାହାଣୀ। ଜଣେ ନାରୀ କିଭଳି ନିଜ ପରିବାରର ସୁରକ୍ଷା ପାଇଁ ଏକ ବଡ ଆହ୍ୱାନକୁ ଗ୍ରହଣ କରିନିଏ ଏଥିରେ ତାର ନିଛକ ଅବତାରଣା ରହିଛି।

ଏଲିନାଙ୍କ ବ୍ୟତୀତ ଅଭିଷେକ ଗିରି, ସମରେଶ ରାଉତରାୟ, ଚୌଧୁରୀ ଜୟପ୍ରକାଶ ଦାସ, ହର ରଥ ଓ ଉଦିତ ଗୁରୁଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ‘ରକ୍ତ ଗୋଲାପ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ପ୍ରଧାନ। ଚିତ୍ରନାଟ୍ୟ ତଥା ସଂଳାପ ରଚନା କରିଛନ୍ତି ଅମିତ କୁମାର ଦାସ ଓ ଅନିଲ ବାରିକ। କ୍ୟାମେରା ପରିଚାଳନା କରିଛନ୍ତି ଯୁଧିଷ୍ଠିର ବେହେରା। ସମ୍ପାଦନାରେ ଅଛନ୍ତି ଅଙ୍କିତ ବିଦ୍ୟାଧର। ଶବ୍ଦସଜାରେ ଶକ୍ତି ସ୍ୱରୂପ ଦ୍ବିବେଦୀ ଥିବା ବେଳେ କଳା ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମହାନ୍ତି। ବିତରଣ ଦାୟିତ୍ୱ ବହନ କରିଛନ୍ତି ରାଜଶ୍ରୀ।’ରକ୍ତ ଗୋଲାପ’ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories