ନୀଳଗିରି: ନୀଳଗିରି ଅବକାରୀ ବିଭାଗ ଓ ବାଲେଶ୍ୱର ମୋବାଇଲ ସ୍କ୍ୱାଡର ମିଳିତ ଚଢ଼ଉରେ ନୀଳଗିରିର ବିଭିନ୍ନ ଅଞ୍ଚଳରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି। ଗୋଟିଏ ଦିନରେ ଅବକାରୀ ବିଭାଗ ୧୪ଜଣ ମଦ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ; ଫୁତୁଲି ସିଂ, କୈଳାସ ସିଂ, ଦାସ ମୁର୍ମୁ, ଆଦିକନ୍ଦ ବୈଠା, ଗୀତା ମଲିକ, ପ୍ରବେଶ ଆଚାର୍ଯ୍ୟ, ଉମାକାନ୍ତ ବେହେରା, ନରେନ୍ଦ୍ର ଧାମୁଡ଼ିଆ, ହରିଶ୍ଚନ୍ଦ୍ର ବେହେରା, ନାରାୟଣ ନାୟକ, ସୋମବାରୀ ସିଂ, ବାଇଧର ସିଂ, ସନ୍ତୋଷ ବେହେରା ଓ ବାଞ୍ଛା ମାଝୀ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ ସେଠୀଙ୍କ ନିର୍ଦ୍ଦେଶରେ ନୀଳଗିରି ଥାନା ଅଧୀନ ଧୋବଶିଳା, କଣ୍ଟାବଣିଆ, ବରିସାହି, ସାନଅତା, ଘାଟଘରସାହି, ଷ୍ଟେସନସାହି, କେନ୍ଦୁଖୁଣ୍ଟା, ଜାମବଣି, ଚିମିନିଭାଟି, ଗୁଡ଼ିଖାଣିଆ, ମିତ୍ରପୁର ପ୍ରଭୃତି ଅଞ୍ଚଳରେ ଏହି ଚଢ଼ଉ ହୋଇଥିଲା । ଅଭିଯୁକ୍ତ ମାନଙ୍କଠାରୁ ୨୦୨ଲିଟର ଦେଶୀମଦ, ୨୭.୩ଲିଟର ମଦ ଏବଂ ୩.୬ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଚଢ଼ଉରେ ନୀଳଗିରି ଅବକାରୀ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ, ଓଆଇସି ମନୋଜ ସାହୁ, ମୋବାଇଲ ୟୁନିଟ ଇନ୍ସପେକ୍ଟର ହରିହର ସିଂ, ଏଏସଆଇ ଲମ୍ବୋଦର ମହନ୍ତ, କାଜଲ ପ୍ରିୟଦର୍ଶିନୀ, ତପନ ମଲିକ, ନହନ ମୁର୍ମୁ ପ୍ରମୁଖ ସାମିଲ ଥିଲେ ।
Popular Categories



