ପାତ୍ରପୁର: ପାତ୍ରପୁର ବ୍ଲକ ଅଧୀନ ସାମନ୍ତିଆ ପଲ୍ହୀ ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଦୁଇ ପରିବାର ଦଶରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ସାମନ୍ତିଆ ପଲ୍ହୀ ଗ୍ରାମର କେ. କୃଷ୍ଣମୂର୍ତ୍ତି ଆଚାରୀଙ୍କ ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଇ ସମସ୍ତେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଖାଦ୍ୟ ଖାଇବା ପରେ ବାନ୍ତି ଓ ଅସୁସ୍ଥତା ଅନୁଭବ କରିଥିବା ସେମାନଙ୍କୁ ତୁରନ୍ତ ପାତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା। ଆକ୍ରାନ୍ତମାନେ ହେଲେ କେ. କୃଷ୍ଣମୂର୍ତ୍ତି ଆଚାରୀ (୭୪), କେ. କୁସୁମୀ ଆଚାରୀ (୩୦), କେ. ଅଞ୍ଜଳି ଆଚାରୀ (୨୧), କେ. ହେମା ଆଚାରୀ (୩୦), ରୋଜା ଆଚାରୀ (୪୧), ବମକେଇ ଗ୍ରାମର ସୋମବାରୁ କନିଆରି (୫୦), କୁମୁଝରି ଗ୍ରାମର ରାଜୀବ ପ୍ରଧାନ (୩୦)। ସମସ୍ତ ଆକ୍ରାନ୍ତମାନଙ୍କୁ ପ୍ରଥମିକ ଚିକିତ୍ସା ପରେ ପାତ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିବାବେଳେ ଗୁରୁତର କୃଷ୍ଣମୂର୍ତ୍ତି ଆଚାରୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ସୂଚନା ମିଳିଛି ଯେ, ସେମାନଙ୍କ ପରିବାର ଗଜପତି ଜିଲ୍ଲାକୁ କୌଣସି କାମ ପାଇଁ ଯାଇଥିବାବେଳେ ରାସ୍ତାରେ ବିକ୍ରି ହେଉଥିବା ଦେଶୀ ଆଳୁ ଭଳି କନ୍ଦା କିଣି ଆଣିବା ସହ ଆଜି ରୋଷେଇ କରି ଖାଇଥିଲେ। ତେବେ ଏହି ମାନେ ପାତ୍ରପୁର ଯାଇଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ବାହାରେ ଚିକିତ୍ସିତ ହୋଇଥିବା ଜଣାପଡିଛି।
Popular Categories



