କଟକ: ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା। ଶେଷ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ଶ୍ରେୟାଙ୍କ ଗୀତରେ ଝୁମିବେ ଦର୍ଶକ। ଏଥିପାଇଁ ଓଡିଶାରେ ପହଞ୍ଚି ସାରିଛନ୍ତି ଶ୍ରେୟା। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ କଟକ ଗସ୍ତ କରିଛନ୍ତି। ଭୁବେନଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି । ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରାରେ ଯୋଗ ଦେବାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଶ୍ରେୟା ଘୋଷାଲ।
ନଭେମ୍ୱର ୭ରେ ଅକ୍ଷୟ ମହାନ୍ତି ମଞ୍ଚରେ ବଲିଉଡ ଗାୟିକା ହର୍ଷଦୀପ କୌରଙ୍କ ଜଲୱାରେ ଫିଦା ହୋଇଥିଲେ ଦର୍ଶକ ।
ଆଜି ସରୁଛି ବାଲିଯାତ୍ରା : ଶ୍ରେୟାଙ୍କ ଗୀତରେ ମତୁଆଲା ହେବେ ଦର୍ଶକ
Popular Categories



