www.samajalive.in
Monday, December 8, 2025
27.1 C
Bhubaneswar

ଅନଲାଇନ୍ ବେଟିଂ ଆପ୍ ମାମଲାରେ ପ୍ରକାଶ ରାଜଙ୍କୁ ଜେରା

ମୁମ୍ବଇ: ଅଭିନେତା ପ୍ରକାଶ ରାଜଙ୍କୁ ବୁଧବାର ତେଲଙ୍ଗାନା ସରକାରଙ୍କ ଏସଆଇଟି ଦଳ ପଚରାଉଚରା କରିଛି। ତାଙ୍କୁ ଅନଲାଇନ୍ ଜୁଆ ଆପର ପ୍ରଚାର ସହ ଜଡିତ ମାମଲାରେ ପ୍ରଶ୍ନ କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରକାଶ ରାଜଙ୍କୁ ବୁଧବାର ହାଇଦରାବାଦ ସ୍ଥିତ ଏସଆଇଟି କାର୍ଯ୍ୟାଳୟରେ ପ୍ରାୟ ଏକ ଘଣ୍ଟା ଧରି ପଚରାଉଚରା କରାଯାଇଛି। ତେଲଙ୍ଗାନା ସରକାର ଅବୈଧ ଅନଲାଇନ ଜୁଆ ଗତିବିଧି ରୋକିବା ପାଇଁ ଏବଂ ଏଭଳି ମାମଲାର ଯାଞ୍ଚ ପାଇଁ ସିଆଇଡିର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରିଥିଲେ।

ଏହି ପଚରାଉଚରା ପରେ ପ୍ରକାଶ ରାଜ୍ ଗଣମାଧ୍ୟମରେ କହିଛନ୍ତି ଯେ ସେ ୨୦୧୬ରେ ଏକ ଆପର ବିଜ୍ଞାପନ କରିଥିଲେ। ତେବେ ସେ ସମୟରେ ଅନଲାଇନ୍ ଜୁଆ ଆରମ୍ଭ ହୋଇନଥିଲା। ତେବେ ପରେ ସେ ଏ ସମ୍ପର୍କରେ ଜାଣିବା ପରେ ନିଜକୁ ଅଲଗା କରିଦେଇଥିଲେ। ସୂଚନାଯୋଗ୍ୟ ତେଲଙ୍ଗାନା ଗେମିଂ ଆକ୍ଟ ୨୦୧୭ ଅନୁସାରେ ରାଜ୍ୟରେ ସମସ୍ତ ପ୍ରକାର ଅନଲାଇନ୍ ଜୁଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମାର୍ଚ୍ଚ ୨୦୨୫ରେ ଅନେକ ବେଆଇନ୍ ଜୁଆ ଆପ୍ ଏବଂ ସେଗୁଡିକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିବିଶେଷଙ୍କ ଉପରେ ମାମଲା ରୁଜୁ ହୋଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories