ନୂଆଦିଲ୍ଲୀ: ବୁଧବାର ବେଙ୍ଗାଲୁରୁରୁ ବାରଣାସୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନକୁ ବୋମା ଧମକ ମିଳିବା ପରେ ତୁରନ୍ତ ଯାଞ୍ଚ କଡାକଡି କରାଯାଇଛି। ଏୟାରଲାଇନର ମୁଖପାତ୍ର କହିଛନ୍ତି କି ବାରଣାସୀ ଯାଉଥିବା ଏକ ଉଡାଣର ସୁରକ୍ଷା ସମ୍ବନ୍ଧରେ ବିପଦ ସୂଚନା ମିଳିଥିଲା। ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁସାରେ ସମ୍ବନ୍ଧିକ ଅଧିକାରୀଙ୍କୁ ତୁରନ୍ତ ସୂଚିତ କରାଯାଇଥିଲା ଏବଂ ସମସ୍ତ ସୁରକ୍ଷା ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିଦିଆଯାଇଥିଲା। ତେବେ ବିମାନ ସୁରକ୍ଷିତ ଭାବେ ଅବତରଣ ହେବା ସହ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବିମାନର ସମ୍ପୂର୍ଣ୍ଣ ଯାଞ୍ଚ ପରେ ପୁଣି ଉଡାଣ ଭରିବାକୁ ଅନୁମତି ଦିଆଯିବ। ଏହା ମଧ୍ୟରେ ଇଣ୍ଡିଗୋକୁ ମଧ୍ୟ ୫ ବିମାନ ବନ୍ଦର ଦିଲ୍ଲୀ, ମୁମ୍ବଇ, ଚେନ୍ନଇ, ହାଇଦରାବାଦ ଓ ତିରୁବନନ୍ତପୁରମରେ ସୁରକ୍ଷା ପାଇଁ ଡିଜିଟାଲ ସୂଚନା ମିଳିଛି।
Popular Categories



