www.samajalive.in
Friday, December 5, 2025
27.1 C
Bhubaneswar

ଦିଲ୍ଲୀ ପ୍ରଦୂଷଣ ସାଙ୍ଘାତିକ: ଗ୍ରାପ୍‌-୩ କଟକଣା ଲାଗୁ

ନୂଆଦିଲ୍ଲୀ : ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ର ବାୟୁ ପ୍ରଦୂଷଣ ସାଙ୍ଘାତିକସ୍ତରରେ ପହଞ୍ଚିଛି। ମଙ୍ଗଳବାର ସହରର ବାୟୁ ମାନକ ସୂଚକାଙ୍କ (ଏକ୍ୟୁଆଇ) ୪୨୫ରେ ପହଞ୍ଚିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ ଆନନ୍ଦ ବିହାର ଅଞ୍ଚଳରେ ଏକ୍ୟୁଆଇ ୪୧୨ ରହିଥିବାବେଳେ ଅଲିପୁରରେ ୪୪୨, ବୱାନାରେ ସର୍ବାଧିକ ୪୬୨, ଚାନ୍ଦିନଚୌକରେ ୪୧୬, ଆରକେ ପୁରମ୍‌ରେ ୪୪୬ ଓ ପ୍ରତାପଗଞ୍ଜରେ ୪୩୮ ରହିଥିଲା।
ଚଳିତ ଋତୁରେ ପ୍ରଥମ କରି ଦିଲ୍ଲୀର ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ ପହଞ୍ଚିବା ପରେ ଏହାକୁ ନିୟନ୍ତ୍ରଣ କରିବା ଲାଗି କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌) ପକ୍ଷରୁ ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍‌)-୩ କଟକଣା ଲାଗୁ କରାଯାଇଛି। ​‌ ଗ୍ରାପ୍‌-୩ କଟକଣାର ପ୍ରତିବନ୍ଧକ ଏହି କଟକଣା ଅନୁଯାୟୀ ଅତି ଜରୁରୀ ନଥିବା କୌଣସି ନିର୍ମାଣ କାମ କରାଯାଇପାରିବ ନାହିଁ। ଏପରି କି ଗାତ ଖୋଳିବା, ପିଲର ଉଠାଇବା, ଘର ରଙ୍ଗ ଦେବା, ପ୍ଲାଷ୍ଟର କରିବା, ଟାଇଲ କାଟିବା ଆଦି କାମ ବନ୍ଦ ରହିବ। କୌଣସି ପ୍ରକାର ଘର ଭଙ୍ଗାରୁଜା କାମ କରାଯାଇପାରିବ ନାହିଁ। ଘର ତିଆରି ସାମଗ୍ରୀ ଯଥା ସିମେଣ୍ଟ, ବାଲି, ଇଟା ଇତ୍ୟାଦି ପରିବହନ କରାଯାଇପାରିବ ନାହିଁ।
ପଥର ଖାଦାନ, ଇଟା ଭାଟିଗୁଡିକ ବନ୍ଦ ରହିବ। ୱେଲଡିଂ, ଗ୍ୟାସ କଟିଙ୍ଗ, ରାସ୍ତା ମରାମତି କାମ ବନ୍ଦ ରହିବ। ତେବେ ସର୍ବସାଧାରଣଙ୍କ ଆବଶ୍ୟକତା ଲାଗି ଉଦ୍ଦିଷ୍ଟ ନିର୍ମାଣ କାମ ଯେପରି କି ରେଲୱେ, ମେଟ୍ରୋ ପ୍ରକଳ୍ପ, ବିମାନବନ୍ଦର, ପ୍ରତିରକ୍ଷା, ପରିମଳ, ସ୍ବାସ୍ଥ୍ୟସେବା ସମ୍ପର୍କିତ ନିର୍ମାଣ କାମକୁ ସର୍ତ୍ତଭିତ୍ତିକ ଅନୁମତି ପ୍ରଦାନ କରାଯାଇଛି। ଏହିସବୁ ନିର୍ମାଣ କାମ ସମୟରେ ଧୂଳି ଉଡିବାକୁ ନିୟନ୍ତ୍ରଣ କରାଯିବ। ବିଏସ୍‌-୩ ପେଟ୍ରୋଲ ଓ ବିଏସ୍-୪ ଡିଜେଲ ଗାଡି, ଆନ୍ତଃ ରାଜ୍ୟ ଡିଜେଲ ବସ୍ ଚଳାଚଳ ବନ୍ଦ ରହିବ। ଘରୋଇ କମ୍ପାନୀଗୁଡିକୁ ନିଜ କର୍ମଚାରୀଙ୍କୁ ଯଥା ସମ୍ଭବ ଘରେ ରହି କାମ କରିବା (ୱାର୍କ ଫ୍ରମ ହୋମ)କୁ ପରାମର୍ଶ ଦିଆଯାଇଛି। ଏହାଦ୍ବାରା ଯାନବାହନ ଚଳାଚଳ କମ୍ ହେବ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପାଠପଢା ବନ୍ଦ। ପିଲାମାନଙ୍କୁ ଅନଲାଇନରେ ପଢାଯିବ। ଏହାଦ୍ବାରା ଛୋଟ ପିଲାମାନଙ୍କୁ ବିଷାକ୍ତ ବାୟୁ ପ୍ରଭାବରୁ ଦୂରେଇ ରଖାଯାଇପାରିବ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories