www.samajalive.in
Friday, December 5, 2025
23.1 C
Bhubaneswar

ଏଣିକି ଧାମରା ବନ୍ଦରରେ ବାଂଲା ଅନୁପ୍ରବେଶକାରୀଙ୍କୁ ଜଗିବ ଡ୍ରୋନ

ସମାଜ ନ୍ୟୁଜ ଡେସ୍କ- ଭଦ୍ରକ ଜିଲ୍ଲା ମେରାଇନ ଥାନା ଧାମରାରେ ଏଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜଗିବ ସ୍ବତନ୍ତ୍ର ଡ୍ରୋନ୍ । ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଡ୍ରୋନ୍ ସାମୁଦ୍ରିକ ଥାନାକୁ ଯୋଗାଇ ଦିଆଯାଇଛି । ୧୫ କିଲୋମିଟର ରେଡିଅସରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଏହି ଡ୍ରୋନ୍ କ୍ୟାମେରା ସାହାଯ୍ୟ କରିବ । ଯାହାର ଦାମ୍ ରହିଛି ୧ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ।

ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡିପାରିବ ଏହି ଡ୍ରୋନ୍ କ୍ୟାମେରା । ୮ କେଜି ଓଜନ ବିଶିଷ୍ଟ ଡ୍ରୋନ୍ କ୍ୟାମେରା ରାତିରେ ୪୦୦ ମିଟର ଓ ଦିନ ସମୟରେ ପ୍ରାୟ ୧ କିଲୋମିଟର ଉଚ୍ଚତାରୁ ତୀକ୍ଷ୍ମ ଚିତ୍ର ଉତ୍ତୋଳନ କରିପାରେ । ଏହାକୁ ୧ ହଜାର ମିଟର ଉଚ୍ଚତାରେ ପହଞ୍ଚିବାକୁ ପ୍ରାୟ ୧୦ ରୁ ୧୫ ମିନିଟ୍ ସମୟ ଲାଗିଥାଏ ।

- Advertisement -

ଉପକୂଳବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିବ ଏହି ଡ୍ରୋନ୍ । ଧାମରା ମୁହାଣରୁ ପ୍ରତ୍ୟେକ ଦିନ ସହ ସହ ଟ୍ରଲର ଓ ବୋଟ୍ ମାନେ ଗଳାବାଟ ଦେଇ ଆସିପାରନ୍ତି । ଏହି ଡ୍ରୋନ କ୍ୟାମେରାରେ ଏହା ସୂଚନା ଦେବାରେ ବଡ଼ ସହଯୋଗ ହୋଇପାରିବ ।

 

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories