www.samajalive.in
Friday, December 5, 2025
27.1 C
Bhubaneswar

ଦିଲ୍ଲୀ ପ୍ରଦୂଷଣ ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁମଣ୍ଡଳ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଶନିବାର ସହରର ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଅତିକ୍ରମ କରିଥିବାବେଳେ ପ୍ରଦୂଷଣ ସ୍ଥିତି ସାଂଘାତିକବର୍ଗରେ ପ୍ରବେଶ କରିଛି। ଦିଲ୍ଲୀର ଏକାଧିକ ଅଞ୍ଚଳକୁ ରେଡ୍‌ ଜୋନ ଘୋଷଣା କରାଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅନୁଯାୟୀ ଶନିବାର ଦିଲ୍ଲୀ ଦେଶର ସବୁଠାରୁ ପ୍ରଦୂଷିତ ସହର ଭାବେ ମାନ୍ୟତାଲାଭ କରିଛି। ଦିଲ୍ଲୀର ଅଲୀପୁରରେ ଏକ୍ୟୁଆଇ ୪୦୪ ରେକର୍ଡ କରାଯାଇଥିବାବେଳେ ଆଇଟିଓରେ ୪୦୨, ନେ​‌େ​‌ହରୁ ନଗରରେ ୪୦୬, ବିବେକ ବିହାରରେ ୪୧୧, ୱାଜିରପୁରରେ ୪୨୦ ଓ ବୁରାରିରେ ୪୧୮ ରେକର୍ଡ କରାଯାଇଛି।
ଏନ୍‌ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ) ମଧ୍ୟ ପ୍ରଦୂଷଣ ବଳୟରୁ ବର୍ତ୍ତି ପାରୁନାହିଁ। ଶନିବାର ନୋଏଡାରେ ଏକ୍ୟୁଆଇ ୩୫୪ ରେକର୍ଡ କରାଯାଇଥିବାବେଳେ ଗ୍ରେଟର ନୋଏଡାରେ ୩୩୬, ଗାଜିଆବାଦରେ ୩୩୯ ରହିଥିଲା। ଆଗାମୀ କିଛି ଦିନ ଦିଲ୍ଲୀର ଆକାଶ ଅତ୍ୟନ୍ତ ଖରାପ ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଦୀପାବଳି ପରଠାରୁ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଜଟିଳ ହେବାରେ ଲାଗିଛି। ବିଶୁଦ୍ଧ ବାୟୁ ପାଇବାକୁ ଲୋକେ ଘରେ ଏୟାର ପ୍ୟୁରିଫାୟର ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ ୦-୫୦ ଏକ୍ୟୁଆଇକୁ ଉତ୍ତମ, ୫୧-୧୦୦ ଏକ୍ୟୁଆଇକୁ ସନ୍ତୋଷଜନକ, ୧୦୧-୨୦୦ ଏକ୍ୟୁଆଇକୁ ସ୍ବାଭାବିକ, ୨୦୧-୩୦୦ ଏକ୍ୟୁଆଇକୁ ଖରାପ, ୩୦୧-୪୦୦ ଏକ୍ୟୁଆଇକୁ ଅତ୍ୟନ୍ତ ଖରାପ ଏବଂ ୪୦୧-୫୦୦ ଏକ୍ୟୁଆଇକୁ ସାଂଘାତିକ ବୋଲି ଦର୍ଶାଯାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories