www.samajalive.in
Friday, December 5, 2025
23.1 C
Bhubaneswar

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଜନଜାତୀୟ ଗୌରବ ବର୍ଷ ପାଳନ

ଭୁବନେଶ୍ବର: ଚଳିତ ବର୍ଷ ଜନଜାତୀୟ ଗୌରବ ବର୍ଷ ଉତ୍ସବ ପାଳନ ୧ ନଭେମ୍ବରରୁ ୧୫ ନଭେମ୍ବର ଯାଏଁ ସମଗ୍ର ଦେଶରେ ପାଳନ କରାଯାଉଛି। ଭାରତର ସମୃଦ୍ଧ ଆଦିବାସୀ ଐତିହ୍ୟ, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣରେ ଅବଦାନକୁ ସମ୍ମାନିତ କରିବା ପାଇଁ ସାରା ଦେଶରେ ଏହି ଉତ୍ସବ ପାଳନ କରାଯାଉଛି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI) ଏବଂ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରାଯାଉଛି।

ଏହି ଉପଲକ୍ଷେ ସ୍ୱତନ୍ତ୍ର ଭଗବାନ ବିର୍ସା ମୁଣ୍ଡା ପ୍ୟାଭିଲିୟନ, ବିର୍ସା ମୁଣ୍ଡାଙ୍କ ଜୀବନ ଏବଂ ସଂଘର୍ଷ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ, ଓଡ଼ିଶା ରାଜ୍ୟର ଜନଜାତି ସମୁଦାୟଙ୍କ ଜୀବନ ଓ ସଂସ୍କୃତି ଆଧାରିତ ଫଟୋ ପ୍ରଦର୍ଶନୀ, କୁଲିସ୍ ଜନଜାତିଙ୍କ ଦ୍ୱାରା ବସ୍ତ୍ର ତିଆରି କଳାର ପ୍ରଦର୍ଶନୀ, ଜୁଆଙ୍ଗ ଜନଜାତି ମାନଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶନୀ ଏବଂ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ଜନଜାତି ସଂଘ୍ରହାଳୟ ବୁଲି ଦେଖିବାର କାର୍ଯ୍ୟକ୍ରମ ଇତ୍ୟାଦି ଆୟୋଜନ କରାଯାଇଅଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories