www.samajalive.in
Friday, December 5, 2025
23.1 C
Bhubaneswar

ମାମଲା ପ୍ରତ୍ୟାହାର ନକଲେ ଜୀବନରୁ ମାରିବାକୁ ଧମକ ଆସୁଛି-ପୀତବାସଙ୍କ ପତ୍ନୀ

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ବିକ୍ରମ ପଣ୍ଡାଙ୍କ ନାଁରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଧମକପୂର୍ଣ୍ଣ କଲ ପୀତବାସ ପଣ୍ଡାଙ୍କ ପୁଅଙ୍କ ପାଖକୁ ଆସୁଛି । ଲଗାତାର ଦୁଇ ଥର କଲ ଆସୁଥିବା ନେି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପତବାସଙ୍କ ପତ୍ନୀ । ମାମଲା ପ୍ରତ୍ୟାହାର ନକଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି । ଏହାସହିତ କଲରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦିଆଯାଉଛି । ପତବାସଙ୍କ ପତ୍ନୀ କହିଛନ୍ତି ଧମକପୂର୍ଣ୍ଣ ଫୋନ୍‌ କଲକୁ ନେଇ ଆମେ ଭୟଭୀତ ଅଛୁ, ଆମ ଜୀବନ ପ୍ରତି ବିପଦ ଅଛି, ଆମକୁ ସୁରକ୍ଷା ଦିଆଯାଉ ବୋଲି ପୀତବାସଙ୍କ ପତ୍ନୀ କହିଛନ୍ତି । ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ ହୋଇ ଜେଲରେ ଅଛନ୍ତି ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories