ଲକ୍ଷ୍ମୀପୁର: ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଫାଶରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଯୁବକଦ୍ଵୟ ତାହା ସଂଶ୍ପର୍ସରେ ଆସି ପ୍ରାଣ ହରାଇଛନ୍ତି। କୋରାପୁଟ ଜିଲା ପିପଳପଦର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଇ ପାହାଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ପିପଳପଦର ଗ୍ରାମର କୁମର ମିଣିଆକା ଏବଂ କେନ୍ଦୁପାଇ ଗ୍ରାମର ଗାହେଲା ଗାଣ୍ଡିଙ୍ଗା।
ଯୁବକ ଦ୍ଵୟ ପାହାଡ଼ି ରାସ୍ତା ଦେଇ ଗାଈ ଖୋଜିବାକୁ ଯାଉଥିଲେ। ହେଲେ ସେହି ରାସ୍ତାରେ ବାରହା ଶିକାର ପାଇଁ କେହି ବିଦ୍ୟୁତ ସଂଯୋଗ କରି ଫାଶ ବସାଇଥିଲେ। ଯାହାଫଳରେ ଫାଶରେ ପଡ଼ି ଯୁବକଦ୍ଵୟଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ସହିତ ସାଇଣ୍ଟିଫିକ୍ ଟିମ୍, ବିଦ୍ୟୁତ ବିଭାଗ କର୍ମଚାରୀ ଯାଇ ଅନୁଧ୍ୟାନ କରିଥିଲେ। ଦୁଇଟି ମୃତଦେହକୁ ଜବତ କରି ଆଣି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ।



