www.samajalive.in
Friday, December 5, 2025
23.1 C
Bhubaneswar

ଶୁକ୍ରବାର ରାଶିଫଳ: ସାବଧାନ, ଧନ କ୍ଷୟ ହୋଇପାରେ

ମେଷ: ଉଭୟ ପକ୍ଷଙ୍କ ସଂଘର୍ଷ ସମୟରେ ହସ୍ତକ୍ଷେପ ନ କରି ସମାଧାନ କରିବାକୁ ଚେଷ୍ଟା କଲେ ଉଦ୍ୟମ ଫଳପ୍ରଦ ହେବ। ରାଜଯୋଗ ଥିବାରୁ ଉଚ୍ଚାସନ ମିଳିପାରେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବୃଷ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ। କରିତ୍‌କର୍ମା ହେବେ।

- Advertisement -

ମିଥୁନ: ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଦୀର୍ଘଦିନର ଆଶା ପୂରଣ ହୋଇପାରେ। ଦୁଶ୍ଚିନ୍ତା ଦୂର ହେବା ସହ ଉନ୍ନତି ଘଟିବ।

କର୍କଟ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖୀ ଓ ଧୈର୍ଯ୍ୟବାନ୍‌ ହେବେ।

ସିଂହ: ଧନ କ୍ଷୟ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନ ବିଷାଦଗ୍ରସ୍ତ ହୋଇପାରେ। ଅକ୍ଲାନ୍ତ ପରିଶ୍ରମ ଯୋଗଁୁ ବିଶ୍ରାମ ନେଇପାରନ୍ତି। ପାଣ୍ଡିତ୍ୟ ଅର୍ଜନ କରିବେ। ଧର୍ମପ୍ରିୟ ହେବେ।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଭୂରି ଭୋଜନକରି ଆନନ୍ଦ ଉପଭୋଗ କରିପାରନ୍ତି। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ।

ତୁଳା: ଭାଇମାନଙ୍କ ସହାୟତା ପାଇ ଶତ୍ରୁ ପରାଜିତ କରିପାରନ୍ତି। ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଆଶାବାଦୀ ହେବେ। ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ।

ବିଛା: ଉପୁଜିଥିବା ସଙ୍କଟ ଦୂର ହୋଇପାରେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟବସାୟ ପୁସ୍ତିକା ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।

ଧନୁ: ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ଅବସ୍ଥାର ସୁଧାର ଆସିବ। ସତର୍କରେ ଚଳିବେ।

ମକର: ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଠାକୁରଙ୍କ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଆଶା ଫଳବତୀ ହେବ। ସଫଳତା ପାଇବେ।

କୁମ୍ଭ: ଗୁରୁକୃପା ଲାଭ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଊଣା ହେବ ନାହିଁ। ବିଭିନ୍ନ ସ୍ତରରୁ ଧନାଗମ ହେବ।

ମୀନ: ବିବାଦୀୟ ଘଟଣାରେ ବିଜୟ ହାସଲ କରିବେ। ଶୁଭକାର୍ଯ୍ୟ କରଣୀୟ। ଧର୍ମଧାରଣା ଶାନ୍ତିଦାୟକ ହେବ। ରୋଜଗାର ଊଣା ହେବନି। ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories