ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ୧୦ଟି ଜିଲାରେ ଇଭିଏମରେ ତ୍ରୁଟି ଦେଖାଦେଇଛି । ୧୨୧ଟି ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ବିହାରର ୧୦ଟି ଆସନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍ ଖରାପ ହୋଇଛି, ଯାହା ଫଳରେ ଭୋଟ୍ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା । ନିର୍ବାଚନ କମିଶନ ଏହା ଉପରେ ଦୃଷ୍ଟି ଦେଇଛନ୍ତି ।
ଦାନାପୁର, ମାଧେପୁରେ ଏବଂ ରାଘୋପୁରରେ ଇଭିଏମ୍ ଖରାପ ହୋଇଛି । ଦାନାପୁରର ୧୯୬ନମ୍ବର ବୁଥରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଅଧଘଣ୍ଟା ପରେ ମତଦାନ ପୁନର୍ବାର ଆରମ୍ଭ ହୋଇଛି । ଇଭିଏମ ଖରାପ ହେବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏହାସହିତ ଭୋଟ ଦେବାକୁ ଆସିଥିବା ଲୋକମାନେ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ।
ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ବିନୋଦ ସିଂହ ଗୁଞ୍ଜିଆଲ କହିଛନ୍ତି ଯେ କିଛି ଜିଲାରେ ଇଭିଏମ ଖରାପ ହେବାର ରିପୋର୍ଟ ଆସିଛି ଏବଂ ସେଗୁଡିକୁ ତୁରନ୍ତ ବଦଳାଯାଉଛି । ମତଦାନ ଶାନ୍ତିପୂର୍ଣ୍ଣ ଚାଲିଥିବା ସେ କହିଛନ୍ତି । ଲୋକମାନଙ୍କୁ ବହୁ ସଂଖ୍ୟାରେ ବାହାରକୁ ଆସି ସେମାନଙ୍କର ମତଦାନ ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।



