www.samajalive.in
Friday, December 5, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ ଯୋଜନାର ଶୁଭାରମ୍ଭ

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦେଶର ୪୨ କୋଟି ଅଣସଙ୍ଗଠିତ ଶ୍ରମିକଙ୍କୁ ସମର୍ପିତ କରାଯାଇଛି ବୋଲି ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି । ଏହି ଯୋଜନାରେ ମାସିକ ଆୟ ୧୫ ହଜାର ଟଙ୍କାରୁ କିମ୍ବା ତା’ଠାରୁ କମ୍ ଥିବା ଅଣସଙ୍ଗଠିତ ଶ୍ରମିକଙ୍କୁ ସାମିଲ କରାଯାଇଛି । ଶ୍ରମିକ, ରିକ୍ସା-ଚାଳକ, ହକର, ଘରୋଇ କର୍ମଜୀବୀ, ଦର୍ଜି, ପାନଦୋକାନୀ ଏବଂ ଛୋଟ ଦୋକାନୀଙ୍କ ଭଳି ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି । ୧୮  ବର୍ଷରୁ ୪୦ ବର୍ଷର ହିତାଧିକାରୀ ଏହି ଯୋଜନାର ଲାଭ ପାଇ ପାରିବେ । ୧୮ ବର୍ଷ  ବୟସରେ ହିତାଧିକାରୀଙ୍କୁ ମାସିକ ୫୫ ଟଙ୍କା ପ୍ରିମିୟର ଦେବାକୁ ପଡିବ ଏବଂ ୨୯ ବର୍ଷ ବୟସରେ ଯୋଜନାରେ ସାମିଲ ହେବା ପାଇଁ ୧୦୦ ଟଙ୍କାର ମାସିକ ପ୍ରିମିୟର ଦେବାକୁ ପଡ଼ିବ । ଏହି ଯୋଜନାରେ ହିତାଧିକାରୀଙ୍କ ଜମା ପରିମାଣର ସମାନ ଅର୍ଥ କେନ୍ଦ୍ର ସରକାର ପୈଠ କରିବେ । ୬୦ ବର୍ଷ ପରେ ଅଣସଙ୍ଗଠିତ ଶ୍ରମିକଙ୍କୁ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପେନସନ ରୂପେ ମିଳିବ ।

ସୂଚନାଯୋଗ୍ୟ, ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ ଏକ ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ପାଇଁ ଫେବୃଆରୀ ୧୫ରେ ପଞ୍ଜିକରଣ ଆରମ୍ଭ ହୋଇ ଯାଇଥିଲା ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories