ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ପୁରୁଷ ଟ୍ବେଣ୍ଟି୨୦ ବୋଲିଂ ମାନ୍ୟତାରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବାମହାତି ଚାଇନାମ୍ୟାନ ସ୍ପିନର କୁଳଦୀପ ଯାଦବ ୫ଟି ସ୍ଥାନ ଖସି ଆସିବା ସହ ୧୫ଶ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଗୋଟିଏ ମ୍ୟାଚ ଖେଳିଥିବା କୁଳଦୀପ୍ ଆଶାଜନକ ପ୍ରଦର୍ଶନ କରି ପାରିନଥିଲେ। ଉକ୍ତ ପ୍ରଦର୍ଶନ ବଳରେ କୁଳଦୀପ ମାନ୍ୟତାରେ ତଳକୁ ଖସି ଆସିଛନ୍ତି। ବରୁଣ ଚକ୍ରବର୍ତ୍ତୀ ୭୯୯ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।
ୱେଷ୍ଟଇଣ୍ଡିଜ୍ର ବାମହାତି ସ୍ପିନର ଆକିଲ ହୋସେନ ୨ୟ, ଆଫଗାନିସ୍ତାନର ରସିଦ ଖାନ ୩ୟ, ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗା ୪ର୍ଥ, ଇଂଲଣ୍ଡର ଆଦିଲ ରସିଦ ୫ମ, ଶ୍ରୀଲଙ୍କାର ନୁୱାନ ତୁଷାାରା ୬ଷ୍ଠ, ଅଷ୍ଟ୍ରେଲିଆର ଆଡାମ ଜାମ୍ପା ୭ମ, ପାକିସ୍ତାନର ଅବ୍ରାର ଅହମ୍ମଦ ୮ମ, ନ୍ୟୁଜିଲାଣ୍ଡର ଜାକବ ଡଫି ୯ମ ଓ ଅଷ୍ଟ୍ରେଲିଆର ଜୋଶ ହାଜେଲଉଡ୍ ୧୦ମ, ଅଷ୍ଟ୍ରେଲିଆର ନାଥନ ଏଲିସ୍ ୧୧ଶ ଓ ବାଂଲାଦେଶର ମୁଜିବ ଉର ରେହମାନ ୧୨ଶ ସ୍ଥାନରେ ରହିଛନ୍ତି। ପାକିସ୍ତାନର ଦ୍ରୁତ ବୋଲର ସାହିନ ସାହା ଆଫ୍ରିଦି ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୩ଶ ସ୍ଥାନରେ, ଆଫଗାନିସ୍ତାନର ମୁଜିବ ଉର୍ ରେହମାନ ୧୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୪ଶ ସ୍ଥାନରେ ରହିଛନ୍ତି।



