www.samajalive.in
Monday, December 8, 2025
24.1 C
Bhubaneswar

ବଙ୍ଗୁଆରୀ ଗ୍ରାମରେ ମା’ ଜାଗୁଳେଇ କ୍ଲବ ତରଫରୁ କାର୍ତ୍ତିକେଶ୍ବର ପୂଜା

ଭୁବନେଶ୍ବର, ୫ା୧୧: ଖୋର୍ଦ୍ଧା ଜିଲା ପାହାଳ ଥାନା ଅନ୍ତର୍ଗତ ବଙ୍ଗୁଆରୀ ଗ୍ରାମରେ ପ୍ରତିବର୍ଷ ଭଳି ବହୁ ଧୁମଧାମରେ କାର୍ତ୍ତିକେଶ୍ବର ପୂଜା ପାଳିତ ହୋଇଯାଇଛି। ଗ୍ରାମର କାର୍ତ୍ତିକେଶ୍ବର ପୂଜା କମିଟି ମା ଜାଗୁଳେଇ କ୍ଲବ ଜାଗୁଳେଇ ପୀଠସ୍ଥଳୀରେ ଗତ ୧୪ ବର୍ଷ ଧରି ଏହି ପୂଜାର ଆୟୋଜନ କରିଆସୁଛନ୍ତି। ଏହି ଅବସରରେ ୨ ତାରିଖ ରବିବାର ଘଟସ୍ଥାପନ ସହ ବିଗ୍ରହ ପ୍ରତିଷ୍ଠା ହୋଇଥିଲା। ସୋମବାର ନଦିଆ ସଂକୀର୍ତ୍ତନର ଆୟୋଜନ ହୋଇଥିବାବେଳେ ମଙ୍ଗଳବାର ନିୟୁ ଭୁବନେଶ୍ବର ଡ୍ୟାନ୍ସ ଏକାଡେମୀ ତରଫରୁ ଓଡ଼ିଶୀ ନୃତ୍ୟୁ ପରିବେଷଣର ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କ ସହ ଆଖପାଖ ଗ୍ରାମର ଶହ ଶହ ଲୋକ ପୂଜା ଉତ୍ସବରେ ସାମିଲ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। କମିଟିର ପ୍ରେସିଡେଣ୍ଟ ଦୟାନିଧି ସାହୁ, ସେକ୍ରେଟେରୀ ଲିଙ୍ଗରାଜ ସାହୁ, କୋଷାଧ୍ୟକ୍ଷ ଅଲେଖ ଚରଣ ସାହୁ, କମିଟି ସଭ୍ୟ ମାନସ ରଞ୍ଜନ ରାଉତରାୟ, ସୈଳେନ୍ଦ୍ର୍ୟ ରାଉତରାୟ, ବସନ୍ତ କୁମାର ସାହୁ, ନବକିଶୋର ପ୍ରଧାନ, ଦୀପକ କୁମାର ସାହୁ, ସୁଭାଷ କୁମାର ମହାନ୍ତି, ଭରତ କୁମାର ସାହୁ, ଦୁଷ୍ମନ୍ତ ସାହୁ, ସୋମ୍ୟ ରଞ୍ଜନ ରାଉତରାୟ, ପ୍ରହଲ୍ଲାଦ ସାହୁ, ଦିବାକର ସାହୁ, ଯୁଧିଷ୍ଠିର ସାହୁ, ଶରତ ଚନ୍ଦ୍ର ମହାନ୍ତି ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories