www.samajalive.in
Friday, December 5, 2025
27.1 C
Bhubaneswar

ପୋଲିଓ ଟୀକା ନେଲା ଶିଶୁ କନ୍ୟାର ଜୀବନ !

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନନ୍ଦପାଟଣା ଗାଁରେ ପୋଲିଓ ଟୀକା ନେବା ପରେ ଜଣେ ୩ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁକନ୍ୟାର ପରିବାର ଲୋକେ ନାୟକାଣୀଡ଼ିହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ନନ୍ଦପାଟଣା ଗାଁର ରାଜାରାମ ଜାନାଙ୍କ ୩ ମାସର ଶିଶୁକନ୍ୟା ସୋମବାର ଦିନ ୧୧ଟା ବେଳେ ନନ୍ଦପାଟଣା ଅଙ୍ଗନବାଡି କେନ୍ଦ୍ରରେ ପୋଲିଓ ଟୀକା ନେଇଥିଲେ। ସନ୍ଧ୍ୟାରେ ଶିଶୁକନ୍ୟାକୁ ଜ୍ଵର ଆସିବାରୁ ଶୋଇ ପଡ଼ିଥିଲା। ସକାଳେ ଶିଶୁକନ୍ୟାର ନିଶ୍ଵାସ ଚାଲୁନଥିବା ଦେଖି ପରିବାର ଲୋକେ ତୁରନ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତ ଶିଶୁ କନ୍ୟାର ପରିବାର ଲୋକେ ନାୟକାଣୀଡ଼ିହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

Related Articles

Popular Categories