www.samajalive.in
Friday, December 5, 2025
27.1 C
Bhubaneswar

ଆସନ୍ତାକାଲି ବୋଇତ ବନ୍ଦାଣ : ବେଳାଭୂମି ରାସ୍ତା ଅନ୍ଧାର

ଗୋପାଳପୁର : ଆସନ୍ତା ୫ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧୁମଧାମରେ ତିନି ଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ ନିମନ୍ତେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଗୋପାଳପୁର ବେଳାଭୂମି ଓ ବ୍ରହ୍ମପୁର-ଗୋପାଳପୁର ରାସ୍ତାରେ ଆଲୋକ ପ୍ରତି ପ୍ରଶାସନର ନିଘା ନଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଗତବର୍ଷ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ଉଦ୍ୟମ କ୍ରମେ ଜିଲ୍ଲା ପ୍ରଶାସନ ସହାୟତାରେ ଦିନିକିଆ ବୋଇତ ବନ୍ଦାଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ ପ୍ରଚାର ପ୍ରସାର ସଠିକ ଭାବେ କରାଯାଇନଥିବାରୁ ଲୋକଙ୍କ ଭିଡ଼ ସେପରି ପରିଲିକ୍ଷିତ ହୋଇ ପାରିନଥିଲା ।

ଚଳିତବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ ନେଇ ସମସ୍ତ ଯୋଜନା ପ୍ରସ୍ତୁତି ହୋଇଥିବା ବେଳେ ଏନେଇ ପ୍ରଚାର ପ୍ରସାର ରେ ବହୁତ ପଛରେ ପଡି ଯାଇଥିବା ଦେଖିବାକୁ ମିଳିଛି । ଗୋପାଳପୁର ର କେତେକ ସ୍ଥାନରେ କେତେକ ହୋର୍ଡିଂ ଲଗାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗୋପାଳପୁର ବେଳାଭୂମି ଗତ ଏକବର୍ଷ ଧରି ଅନ୍ଧାରରେ ରହୁଛି । ଏହାକୁ ନେଇ ଅନେକ ସମୟରେ ଅଭିଯୋଗ ସତ୍ତ୍ୱେ ଆଜିଯାଏଁ ଏହାର ମରାମତି ହୋଇ ପାରୁନାହିଁ । ଫଳରେ ବେଳାଭୂମି ସମ୍ପୂର୍ଣ ଅନ୍ଧାରରେ ରହିଛି ।ଏଥି ସହ ବ୍ରହ୍ମପୁର-ଗୋପାଳପୁର ରାସ୍ତା ର ଆଲୋକୀକରଣ ବିଡିଏ ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ୧୦ କିମି ରାସ୍ତା ମଧ୍ୟରୁ କେବଳ ୫ କିମି ରାସ୍ତା ଉଜ୍ଵଳ ରହିଥିବା ବେଳେ ବଳକା ୫ କିମି ରାସ୍ତା (ବାହାଦୂର ପେଣ୍ଠ ଛ ଠାରୁ ବିଏସ୍ସିଟି କଲେଜ ଛକ ଏବଂ ବର୍ଜିସପେଣ୍ଠ ଛକ ଠାରୁ ଗୋପାଳପୁର ପର୍ଯ୍ୟନ୍ତ) ଗତ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ହେବ ଅନ୍ଧାରରେ ରହିଛି । ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ଅବଗତ ପରେ ମଧ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଫଳରେ ସନ୍ଧ୍ୟା ପରେ ଗୋପାଳପୁର ରୁ ପର୍ଯ୍ୟଟକ ମୁହଁ ମୋଡୁଥିବା ଦେଖିବାକୁ ମିଳିଛି। ଏଣୁ ପ୍ରଶାସନ ପକ୍ଷରୁ ମହୋତ୍ସବ ଆୟୋଜନ କରିବା ସହ ଗୋପାଳପୁର ବେଳାଭୂମି ର ଆଲୋକିକରଣ ସହ ଲାଗିରହିଥିବା ଅଭାବ ଅସୁବିଧା ଦୂର କରିବାକୁ ସାଧାରଣରେ ଦାବି ହେଉଅଛି।

Hot this week

ଭାରତ-ରୁଷ ମଧ୍ୟରେ ୭ ବୁଝାମଣା ସ୍ବାକ୍ଷରିତ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

Related Articles

Popular Categories