www.samajalive.in
Friday, December 5, 2025
23.1 C
Bhubaneswar

ସୁଦାନରେ ଓଡ଼ିଆ ଯୁବକ ପଣବନ୍ଦୀ; ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ

ଖାର୍ଟୁମ/ଜଗତସିଂହପୁର(ବ୍ୟୁରୋ): ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ କାର୍ଯ୍ୟ କରୁଥିବା ଜଣେ ଓଡିଆ ଯୁବକଙ୍କୁ ସେଠାକାର ବିଦ୍ରୋହୀ ସେନା ପଣବନ୍ଦୀ ରଖିଥିବା ଜଣାପଡିଛି। ମିଳିଥିବା ଭିଡିଓ ଫୁଟେଜ ଅନୁଯାୟୀ, ଯୁବକଙ୍କୁ ଦୁଇ ଜଣ ବିଦ୍ରୋହୀ ଯବାନ ବନ୍ଧୁକ ମୁନରେ ଘେରିଥିବାବେଳେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ତାଙ୍କୁ ତୁରନ୍ତ ବିଦ୍ରୋହୀଙ୍କ କବଳରୁ ମୁକୁଳାଇବାକୁ ଯୁବକ ଜଣକ ଯୋଡହସ୍ତରେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଥିବା ଭିଡିଓରୁ ଜଣାପଡିଛି।

ସୂଚନା ମୁତାବକ ପଣବନ୍ଦୀ ଥିବା ଯୁବକ ଆଦର୍ଶ ବେହେରା (୩୬) ଓ ସେ ଜଗତସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ବୋଲି ଜଣାପଡ଼ିଛି। ୨୦୨୨ରୁ ସୁଦାନର ଅଲ୍‌-ଫସିର ସହରରେ ଥିବା ଏକ ପ୍ଲା​‌ଷ୍ଟିକ କାରଖାନାରେ ସେ କାର୍ଯ୍ୟ କରୁଛନ୍ତି। କିଛି ଦିନ ପୂର୍ବେ ସୁଦାନରେ ସକ୍ରିୟ ଥିବା ଆରଏସଏଫ୍‌ (ୠାପିଡ ସପୋର୍ଟ ଷ୍ଟାଫ୍‌) ସେନା ଅଲ୍‌-ଫସିର ସହରକୁ ସମ୍ପୂର୍ଣ୍ଣ କବ୍‌ଜା କରିବାରେ ସଫଳ ହୋଇଛି। ଆରଏସଏଫ୍‌ ସୈନ୍ୟମାନେ ସେହି ସମୟରେ ଅଲ୍‌-ବସିରର ଏକ ଡାକ୍ତରଖାନା ଉପରେ ଆକ୍ରମଣ କରିଥିବାବେଳେ ୪୬୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ଆରଏସଏଫ୍‌ ପକ୍ଷରୁ କିଛି ଲୋକଙ୍କୁ ଅପହରଣ କରି ଅଲ୍‌-ଫସିରରୁ ନ୍ୟାଲା ସହରକୁ ଅଣାଯାଇଥିଲା। ଆଦର୍ଶ ସେହି ଅପହୃତଙ୍କ ତାଲିକାରେ ସାମିଲ ଥିବା ଅନୁମାନ କରାଯାଉଛି। ଅପହର୍ତ୍ତା ସୈନ୍ୟ ଦ୍ବୟ ଆଦର୍ଶଙ୍କୁ ପ୍ରଶ୍ନ କରିଥିଲେ ଯେ ତୁମେ କ’ଣ ଶାହରୁଖ ଖାନଙ୍କୁ ଚିହ୍ନିଛ ? ଅନ୍ୟ ଜଣେ ସୈନ୍ୟ ଆରଏସଏଫ୍‌ ନେତା ମହମ୍ମଦ ହାମଦାନ ଡାଗାଲୋଙ୍କ ନାମ ଉଚ୍ଚାରଣ କରିବାକୁ ଆଦର୍ଶଙ୍କୁ ବାଧ୍ୟ କରୁଥିବା ଭିଡିଓରେ ଲକ୍ଷ୍ୟ କରାଯାଇଛି।

- Advertisement -

ଆଦର୍ଶ ବିବାହିତ ହୋଇଥିବାବେଳେ ତାଙ୍କର ୮ ଓ ୩ ବର୍ଷର ଦୁଇଟି ପୁଅ ଅଛନ୍ତି। ଭିଡିଓରେ ଆଦର୍ଶ କହୁଛନ୍ତି ଯେ ବିଗତ ଦୁଇବର୍ଷ ହେଲା ସୁଦାନ ସେନା ଓ ଆରଏସଏଫ୍‌ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିବାରୁ ଅଲ୍‌-ଫସିରରେ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ତାଙ୍କୁ ଅପହର୍ତ୍ତାଙ୍କ କବଳରୁ ଉଦ୍ଧାର କରିବାକୁ ଆଦର୍ଶ ଏହି ଭିଡିଓ ଜରିଆରେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି। ଅପରପକ୍ଷରେ ଆଦର୍ଶଙ୍କୁ ଖଲାସ କରିବାକୁ ଅପହର୍ତ୍ତାମାନେ କୌଣସି ଦାବି ରଖିନଥିବା ଜଣାପଡିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories