www.samajalive.in
Friday, December 5, 2025
23.1 C
Bhubaneswar

ପୂର୍ବ ସରକାରରେ ହଜାରେ କୋଟିର ଡିଲ୍‌: ଶଙ୍କର

ଭୁବନେଶ୍ଵର: ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାରେ ବଡ଼ ବୟାନ ଦେଇଛି ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି। ଭୁବନେଶ୍ଵରରେ ପହଞ୍ଚିବା ପରେ ଶଙ୍କର କହିଛନ୍ତି ପୂର୍ବ ସରକାରରେ ହଜାରେ କୋଟିର ଡିଲ୍‌ ହୋଇଛି। ମୁଁ ଯଦି ସରେଣ୍ଡର କରିନଥାନ୍ତି, ହଜାରେ କୋଟିର ଡିଲ୍‌ କେମିତି ଆସିଥାନ୍ତା। ଷଡଯନ୍ତ୍ରକାରୀଙ୍କ ସବୁ ତଥ୍ୟ ସରକାରଙ୍କୁ ଦିଆଯିବ। ମୁଁ ଲୁଚି ନଥିଲି , ଆଇନ୍‌ ଅନୁଯାୟୀ ସମ୍ମୁଖୀନ ହେଉଥିଲି। ହାଇକୋର୍ଟରେ ଫାଇଲ୍ କରାଯାଇଥିଲା। ସୁପ୍ରିମକୋର୍ଟରେ ଫାଇଲ୍ କରିଥିଲି। ହାଇକୋର୍ଟଙ୍କୁ ମୁଁ ଆଗୁଆ ଜାମିନ୍ ମାଗିଥିଲି। ହାଇକୋର୍ଟ ସମୟ ଦେଇଥିଲେ , ମୁଁ ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି। ପତ୍ନୀ ଦିପ୍ତିମୟୀ ସାହୁଙ୍କ ନାଁରେ କୌଣସି ମାମଲା ନାହିଁ। ମୋର କୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି, ନ୍ୟାୟ ମିଳିବ। ୧୨୪ ଲୋକଙ୍କ ଜନ୍ମ କୁଣ୍ଡଳି ବାହାର କରନ୍ତୁ , କାହା ସହ ସମ୍ପର୍କ ନାହିଁ। ଆପଣ ମୁଖ୍ୟ କାର୍ପଟଦାର ପ୍ରଶ୍ନରେ କହିଲେ ସମ୍ପୂର୍ଣ୍ଣ ମିଛ କଥା।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories