www.samajalive.in
Friday, December 5, 2025
27.1 C
Bhubaneswar

ବ୍ଲକ ପରିସର କାଫେ ବନ୍ଦ, ଗ୍ରାହକ ଅସନ୍ତୋଷ

ଜି ଉଦୟଗିରି: ସ୍ୱୟଂ ସହାୟକ ଗୋଷ୍ଟି ର ଆର୍ଥିକ ବିକାଶ ନିମନ୍ତେ ସରକାର ଙ୍କ ଅନୁମୋଦନ କ୍ରମେ ୨୦୨୩ ମସିହାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ତତ୍କାଳୀନ ଗୋଷ୍ଟି ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ସମୟ ରୁ ଏକ କାଫେ କୁ ଶକ୍ତି ମୟୀ ସ୍ୱୟଂ ସହାୟକ ଗୋଷ୍ଟି ବିଳାବାଡା କୁ ପରିଚାଳନା ଦାୟିତ୍ୱ ଦେଇଥିଲେ । ସେହି ଦିନଠାରୁ ସୁଲଭ ଦରରେ ସୁସ୍ଵାଦୁ ଏବଂ ଘରୋଇ ଖାଦ୍ୟ ପରଷି ଆସୁଥିଲା। ସବୁ ଠିକ ଠାକ ଚାଲିଥିଲା ଓ କାଫେ ମଧ୍ୟ ଭଲ ନାଁ କରି ବହୁ ଗ୍ରାହକ ମାନଙ୍କ ର ପ୍ରିୟ ହୋଇଥିଲା । କିନ୍ତୁ ଅଚାନକ କାଫେଟି ବନ୍ଦ ହେବା ଫଳରେ ପାଖାପାଖି ସରକାରୀ ଅଫିସର କର୍ମଚାରୀ ଓ ଅନ୍ୟାନ୍ୟ ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଏକ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ବିଗତ ଦୁଇ ବର୍ଷ ଧରି ଚାଲିଥିବା କାଫେ କୁ ବର୍ତମାନ ର ଗୋଷ୍ଟି ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ ଙ୍କ ନିର୍ଦେଶ କ୍ରମେ କାଫେ ଟି ବନ୍ଦ ହୋଇ ଯାଇଛି। ପରିଚଳନା କରୁଥିବା ଗୋଷ୍ଟି ର ସଦସ୍ୟା ଝୁଲି ଚନ୍ଦନଙ୍କ ଅଭିଯୋଗ ଯେ ଗୋଷ୍ଟି ଅଧିକାରୀ ତୁମ ନାମରେ ଅଭିଯୋଗ ଅଛି ବୋଲି ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଅଭିଯୋଗ ବିଷୟରେ ଆମ କୁ କିଛି ଜଣେଇ ନାହାନ୍ତି କିମ୍ବା ତାର ପ୍ରତିକାର ପାଇଁ ମଧ୍ୟ ଆମ ସହିତ ଆଲୋଚନା କରିନାହାନ୍ତି । ବନ୍ଦ କରିବାର ରହସ୍ୟ କେବଳ ଗୋଷ୍ଟି ଅଧିକାରୀ ଓ ମିଶନ ଶକ୍ତି ସଭାନେତ୍ରୀ ହିଁ ଜାଣନ୍ତି ।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories