www.samajalive.in
Friday, December 5, 2025
23.1 C
Bhubaneswar

ଋଷିକୁଲ୍ୟାର ଦ୍ୱିତୀୟ ମୁହାଁଣ ଖୋଳିଲେ ଗ୍ରାମବାସୀ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଦ ନିକଟରେ ଋଷିକୁଲ୍ୟାର ଦ୍ୱିତୀୟ ମୁହାଁଣକୁ ମିଳିତ ହୋଇ ଖୋଲିଛନ୍ତି ତିନିଖଣ୍ଡ ଗ୍ରାମବାସୀର ମସ୍ୟଜୀବୀ। ପ୍ରଥମେ ସାନ ନୋଳିଆ ନୂଆଗାଁ ଓ ବଡ଼ ନୋଳିଆ ନୁଆଗାଁ ଗ୍ରାମ ଖର୍ଚ୍ଚ କରି ଜେସିପି ଓ କୋଡ଼ି କୋଦାଳ ସାହାଯ୍ୟରେ ଗଙ୍ଗାଦେବୀ ମନ୍ଦିର ସମ୍ମୁଖରେ ଖନନ କରିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମବାସୀ ମଧ୍ୟ ସ୍ୱତ୍ୱପୂର୍ତ୍ତ ଭାବେ ମୁହାଁଣ ଖନନ କରିବାକୁ ଆଗେଇ ଆସିଥିଲେ। ଶେଷରେ ଦ୍ୱିତୀୟ ମୁହାଣ ଖୋଲିଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଯେଉଁ ପୁରୁଣା ମୁହାଣ ରହିଛି, ତାହା ବକ୍ର ରୂପ ଯୋଗୁଁ ବନ୍ୟା ଜଳ ଠିକ ଭାବେ ସମୁଦ୍ରକୁ ନିଷ୍କାସନ ହୋଇପାରୁନି। ଫଳରେ ନଦୀରେ ବନ୍ୟା ଜଳ ଆସିଲେ ସମସ୍ୟା ସୃଷ୍ଟି ହେଉଛି।

ପୋଡମପେଟା ଗ୍ରାମ ନିକଟରେ ପ୍ରଥମ ମୁହାଁଣଟି ରହିଛି। ଫଳରେ ଛତ୍ରପୁର ବ୍ଲକର ସାନ ନୋଳିଆ ନୂଆଗାଁ ଓ ବଡ଼ ନୋଳିଆ ନୂଆଗାଁ ଉଭୟ ଗ୍ରାମର ପରମ୍ପାରିକ ସାମୁଦ୍ରିକ ମତ୍ସ୍ୟଜୀଜୀମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେଉଥିଲା। ସମୁଦ୍ରରେ ସୃଷ୍ଟି ହେଉଥିବା ଉଚ୍ଚ ଲହଡି ପାଇଁ ସେମାନେ ଋଷିକୁଲ୍ୟା ନଦୀ ପାର୍ଶ୍ୱରେ ଡ଼ଙ୍ଗା ରଖିବା ପାଇଁ ପଡୁଥିଲା। ସେମାନେ ନିଜ ଗ୍ରାମଠାରୁ ବହୁଦୂର ଅତିକ୍ରମ କରି ଡ଼ଙ୍ଗା ନେଇ ମୁହାଁଣ ଦେଇ ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ଯିବାକୁ ପଡୁଥିଲା। ଯାହାକୁ ନେଇ ଉଭୟ ଗ୍ରାମବାସୀ ଦ୍ୱିତୀୟ ମୁହାଁଣ ଖୋଳିବା ପାଇଁ ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି।

- Advertisement -

ଗୋପାଳପୁର ବନ୍ଦରକୁ ସୁରକ୍ଷା ଦେବାପାଇଁ ସମୁଦ୍ର ମଧ୍ୟରେ ପଥର ବନ୍ଧ କରାଯିବାଠାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଆସୁଛି। ଅନ୍ୟପଟେ ମୁହାଁଣ ଦୂରରେ ରହିବା ଓ ପୋତି ହୋଇଯାଉଥିବା କାରଣରୁ ନଦୀ ମଧ୍ୟକୁ ମାଛ ଆସୁ ନ ଥିବା ମତ୍ସ୍ୟଜୀଜୀମାନେ ପ୍ରକାଶ କରିଛନ୍ତି। ଫଳରେ ସ୍ଥାନୀୟ ମତ୍ସ୍ୟଜୀଜୀ ଜୀବିକା ହରାଇ ଦାଦନ ଖଟିବା ପାଇଁ ଚାଲି ଯାଉଥିବା ମତ ପ୍ରକାଶ ପାଉଛି। ଏହି ସବୁ ସମସ୍ୟା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ମୁହାଁଣ ଖନନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଆଇ ନ ଥିବା ମତ୍ସ୍ୟଜୀଜୀମାନେ ପ୍ରକାଶ କରିଛନ୍ତି। ଯାହାକୁ ନେଇ ସେମାନେ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ମୁହାଁଣ ଖନନ କରିଥିବା କହିଛନ୍ତି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories