www.samajalive.in
Friday, December 5, 2025
23.1 C
Bhubaneswar

’ମନ୍ଥା’ କ୍ଷୟକ୍ଷତିର ସମୀକ୍ଷା କଲେ ମନ୍ତ୍ରୀ

ଗଜପତି: ଗଜପତି ଜିଲ୍ଲା ଗସ୍ତରେ ଯାଇ ବାତ୍ୟା ‘ମନ୍ଥା’ର କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ଅବକାରୀ, ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୁରୁବାର ମନ୍ତ୍ରୀ ପାରଳାଖେମୁଣ୍ଡିସ୍ଥିତ ସର୍କିଟ ହାଉସଠାରେ ପହଞ୍ଚିବା ପରେ ଦଳୀୟ କର୍ମୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ “ମନ୍ଥା” ବାତ୍ୟାରେ ଜିଲ୍ଲାର ବିଭିନ୍ନ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ବାତ୍ୟାରେ ନଷ୍ଟ ହୋଇଥିବା ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବର୍ଷାରେ ଭାଙ୍ଗିଥିବା କଚା ଘରଗୁଡ଼ିକୁ ତୁରନ୍ତ ପଲିଥିନ୍ ଯୋଗାଇଦେବା ସହିତ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରିବା ପାଇଁ କହିଥିଲେ। ଜିଲ୍ଲାରେ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରସ୍ଥଳୀକୁ ସ୍ଥାନାନ୍ତରିତ  କରାଯାଇଥିଲା। ୧୯୭ ଗର୍ଭବତୀ ମହିଳାଙ୍କୁ ମା’ ଗୃହ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲାର ସମସ୍ତ ପଞ୍ଚାୟତ କାର୍ଯ୍ୟଳୟ, ବ୍ଲକ, ତହସିଲ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟରେ ୨୪×୭ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଜନସାଧାରଣଙ୍କୁ ସେବା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାର ସମସ୍ତ ଅଧିକାରୀ ଗୋଟିଏ ଟିମ୍ ହୋଇ ସଫଳତାର ସହ ବାତ୍ୟାର ମୁକାବିଲା କରିଥିବାରୁ ଜିଲ୍ଲା ପ୍ରଶାସନକୁ ମନ୍ତ୍ରୀ ପ୍ରଶଂସା କରିଥିଲେ।

- Advertisement -

ସମୀକ୍ଷା ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପାଳ ମଧୁମିତା, ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ. ନାଗାରାଜୁ, ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶଙ୍କର କେର୍କେଟାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ଗସ୍ତ ଅବସରରେ କିଛି ଚାଷୀନେତା ଜିଲ୍ଲାରେ ହୋଇଥିବା ଧାନ ଫସଲ ନଷ୍ଟର ବିଷୟରେ ସୂଚନା ଦେବା ସହ ସରକାରୀ ସହାୟତା ପାଇଁ ଦାବି କରିଥିଲେ। ତେବେ ଅତିଶୀଘ୍ର ଚାଷୀଙ୍କ କ୍ଷୟକ୍ଷତି ଆକଳନ ସହ କ୍ଷତିପୂରଣ ବ୍ୟବସ୍ଥା ରାଜ୍ୟ ସରକାର କରିବେ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି

ସେହିପରି ରାୟଗଡ ବ୍ଲକ ଅନ୍ତର୍ଗତ ହାତୀବାଡି ଗ୍ରାମର ୨୦ରୁ ଊର୍ଦ୍ଧ୍ବ ମହିଳା ଶୁଭଦ୍ରା ଯୋଜନାରେ ସାମିଲ କରାଯାଇ ନ ଥିବା ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏପରିକି ଏକ ଲିଖିତ ଅଭିଯୋଗ ପତ୍ର ମନ୍ତ୍ରୀ ଗ୍ରହଣ କରିବା ସହ ଅତିଶୀଘ୍ର ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି । ପରେ ଅପରାହ୍ନରେ ଭୁସ୍ଖଳନ ସ୍ଥଳ ପରିଦର୍ଶନ କରିଥିଲେ ମନ୍ତ୍ରୀ। ସାମୁଦ୍ରିକ ଝଡ ‘ମନ୍ଥା’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତର ବଡଗାଁ ନିକଟସ୍ଥ ପାହାଡ଼ରୁ ବିରାଟକାୟ ପଥର ଖସି ରାସ୍ତା ଅବରୋଧ କରିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିଭିରେ କାର୍ଯ୍ୟ ଚାଲିଥିଲେ ମଧ୍ୟ ପଥର ହଟିପାରି ନ ଥିଲା । ଶେଷରେ ଜିଲ୍ଲା ପ୍ରଶାସନ ବ୍ଲାଷ୍ଟିଂ କରି ପଥର ହଟାଇବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ପଥର ହଟାଇବା ପାଇଁ ବ୍ଲାଷ୍ଟିଂ କରି କାମ ଅହୋରାତ୍ର ଚାଲିଛି । ତେବେ ଗୁରୁବାର ଘଟଣାସ୍ଥଳର ଅନୁଧ୍ୟାନ କରିବା ପାଇଁ ଆଇନ ମନ୍ତ୍ରୀ ପହଞ୍ଚିଥିଲେ। ଏହି ଅଞ୍ଚଳରେ ଥିବା ବିପଦ ସଂକୁଳ ସ୍ଥାନଗୁଡିକ ଚିହ୍ନଟ କରି ପ୍ରଶାସନ ତରଫରୁ ତ୍ୱରାନ୍ୱିତ କରି ଜନସାଧାରଣଙ୍କ ନିରାପଦ ଗମନାଗମନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଥିଲେ। ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଜିଲ୍ଲାପାଳ ମଧୁମିତା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ମୁନିନ୍ଦ୍ର ହନାଗା, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା,  ଆର୍.ଉଦୟଗିରି ବିଡ଼ିଓ ଲୋରିମନ ଖର୍ଷେଲ, ଆର୍.ଉଦୟଗିରି ତହସିଲଦାର ଜ୍ୟୋତିର୍ମୟ ଦାଶ, ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories