ଭୁବନେଶ୍ଵର : ଓଡିଶା ଉପରେ ଆଉ ନାହିଁ ବାତ୍ୟା ମନ୍ଥାର ପ୍ରଭାବ। ଏବେ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ଉପକୂଳ ଏବଂ ତେଲେଙ୍ଗାନା ଉପରେ କେନ୍ଦ୍ରୀଭୂତ ରହିଛି। ଏହା ମାଲକାନଗିରିଠାରୁ ୧୩୦ କିଲୋମିଟର ଦୂର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ରହିଛି। ଏହା ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା ଏବଂ ଦକ୍ଷିଣ ଛତିଶଗଡ ଦେଇ ଗତି କରିବା ସହ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ତେବେ ଓଡିଶାରେ କୌଣସି ପ୍ରଭାବ ନଥିଲେ ବି ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Popular Categories



