www.samajalive.in
Friday, December 5, 2025
23.1 C
Bhubaneswar

ସାମଗ୍ରୀ ସହ ସଦ୍‌ଭାବନା ନେଇ ଯାଉଥିଲେ କଳିଙ୍ଗ ସାଧବ: ପ୍ରଭାତୀ

ମୁମ୍ବଇ(ରଘୁନାଥ ମହାପାତ୍ର) : ଓଡ଼ିଶା ବା କଳିଙ୍ଗର ନୌବାଣିଜ୍ୟ ଇତିହାସ ଅତି ପ୍ରାଚୀନ। ଯେତେବେଳେ ସମୁଦ୍ର ପଥ ଦେଇ ଆଧୁନିକ ନୌବାଣିଜ୍ୟର କୌଣସି ସୁବିଧା ନଥିଲା, ସେତେବେଳେ ଓଡ଼ିଶାର ସାଧବ ପୁଅମାନେ ଅତି ସାହସର ସହିତ ସୁସଜ୍ଜିତ ବୋଇତ ଦ୍ୱାରା ଶ୍ରୀଲଙ୍କା, ମ୍ୟାଁମାର, ଇଣ୍ଡୋନେସିଆ, ଜାଭା, ସୁମାତ୍ରା ସମେତ ସମଗ୍ର ଦକ୍ଷିଣ ଏସିଆର ଦେଶ ସମୂହକୁ ଯାଇ ବାଣିଜ୍ୟ କାରବାର କରୁଥିଲେ। ଓଡିଆ ସାଧବମାନଙ୍କ ବାଣିଜ୍ୟ କାରବାର କେବଳ ଅର୍ଥ ରୋଜଗାର ମଧ୍ୟରେ ସୀମିତ ନଥିଲା। ଓଡ଼ିଶାର ସାଧବ ପୁଅମାନେ କେବଳ ଜିନିଷପତ୍ର (ଗୁଡ୍‌‌ସ) ନେଇ ଯାଉ ନ ଥିଲେ। ସେମାନେ ଗୁଡସ୍‌‌ ସହିତ ଗୁଡୱିଲ୍‌‌ (ଅର୍ଥାତ୍ ସାମଗ୍ରୀ ସହ ସଦ୍‌‌ଭାବନ) ନେଇ ଯାଉଥିଲେ। ଓଡ଼ିଶାର ଭାଷା, ଜଗନ୍ନାଥ ସଂସ୍କୃତି, କଳାକୁ ବିଦେଶରେ ପ୍ରଚାର ଓ ପ୍ରସାର କରାଉଥିଲେ। ତେଣୁ ଆଜି ସେସବୁ ଦେଶରେ ଓଡ଼ିଶାର ସଂସ୍କୃତି ପରମ୍ପରା ଦେଖିବାକୁ ମିଳୁଛି।

ମୁମ୍ବଇରେ ଆୟୋଜିତ ଇଣ୍ଡିଆ ମାରିଟାଇମ୍‌‌ ୱିକ୍‌‌ (ଆଇଏମଡବ୍ଲ୍ୟୁ) ୨୦୨୫ରେ ଯୋଗ ଦେଇ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି। ଇଣ୍ଡିଆ ସାମୁଦ୍ରିକ ସପ୍ତାହ (ଆଇଏମଡବ୍ଲ୍ୟୁ) ଉତ୍ସବର ମଙ୍ଗଳବାର ଦିବସଟି ଥିଲା ସାମୁଦ୍ରିକ ଐତିହ୍ୟ ଦିବସ(ମାରିଟାଇମ୍‌‌ ହେରିଟେଜ ଡେ)। ଏହି ଉଦ୍‌‌ଘାଟନ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଯୋଗଦେଇ ଓଡ଼ିଶା ନୌବାଣିଜ୍ୟର ଇତିହାସ ସମ୍ପର୍କରେ କହିଥିଲେ। ସେ କହିଥିଲେ ଯେ, ଓଡ଼ିଆ ସାଧବମାନେ ବିଦେଶରେ ଭାତୃତ୍ୱ ଭାବ ସୃଷ୍ଟି ପୂର୍ବକ ଶାନ୍ତି ସ୍ଥାପନର ଏକ ମାଧ୍ୟମ ହୋଇଥିଲେ। ଓଡିଆ ସାଧବମାନଙ୍କ ଏହି ପ୍ରାଚୀନ ଇତିହାସକୁ ମନେପକାଇବା ଲାଗି ସମଗ୍ର ଓଡ଼ିଶାବାସୀ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବା ସହିତ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଆସୁଛନ୍ତି। କେବଳ ଡଙ୍ଗା ଭସାଇବା ନୁହେଁ; ଏହି ପ୍ରାଚୀନ ଇତିହାସର ସ୍ମୃତି ସ୍ୱରୂପ ପ୍ରତିବର୍ଷ ଓଡ଼ିଶାର ମହାନଦୀ କୂଳ କଟକରେ ବାଲିଯାତ୍ରା ଉତ୍ସବ ପାଳନ ହୋଇଥାଏ। କଟକର ଏହି ଐତିହାସିକ ବାଲିଯାତ୍ରାକୁ ଦେଖିଆସିବା ଲାଗି ଉପମୁଖ୍ୟମନ୍ତ୍ରୀ ଏହି ଅଧିବେଶନରେ ଉପସ୍ଥିତ ଦେଶ ତଥା ବିଦେଶୀ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିଛନ୍ତି। ସେହିପରି ଓଡ଼ିଶାର ସମୁଦ୍ର ଉପକୂଳର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଇକୋ ରିଟ୍ରିଟ୍‌‌କୁ ବୁଲିଆସିବାକୁ ସେ ବିଶ୍ୱ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିଥିଲେ।

- Advertisement -

ସେ କହିଥିଲେ ଇକୋ ରିଟ୍ରିଟ୍‌‌ ତମ୍ବୁରେ ତିଆରି ପରିବେଶ ଅନୁକୂଳ ଘର ୫ ତାରକା ହୋଟେଲର ସୁବିଧା ଉପଲବ୍ଧ କରାଇଥାଏ। ଓଡ଼ିଶାର ସାମୁଦ୍ରିକ ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ପରିକଳ୍ପନା ବାବଦରେ ସେ ଅବଗତ କରାଇଥିଲେ। କଟକ, ପୁରୀ ଓ ଭୁବନେଶ୍ୱରକୁ ସଂଯୋଗ ପୂର୍ବକ ମାରିଟାଇମ୍‌‌ ଓ ରିଭର ଟୁରିଜିମ୍‌‌ର ବିକାଶ କରାଯିବ। ସେହିପରି କଟକ ମ୍ୟାରିଟାଇମ୍‌ ମ୍ୟୁଜିୟମକୁ ଆଧୁନିକୀକରଣ କରାଯିବା ଲାଗି ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଥିଲେ। ମାରିଟାଇମ୍‌‌ ଓ ରିଭର ଟୁରିଜିମ୍‌‌ ମାଧ୍ୟମରେ ଉପକୂଳ ଅଞ୍ଚଳର ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବା ସରକାରଙ୍କ ଲକ୍ଷ୍ୟ ରହିଛି। ଏହାଦ୍ୱାରା ଓଡ଼ିଶା ପୂର୍ବାଞ୍ଚଳ ବିକାଶର ଦ୍ୱାର ହେବାକୁ ଯାଉଛି ବୋଲି କହିଥିଲେ।

ଆଇଏମ୍‌ଡବ୍ଲ୍ୟୁ ଉତ୍ସବରେ ଓଡ଼ିଶାକୁ ସୁଯୋଗ ମିଳିଥିବାରୁ ସେ ଭାରତ ସରକାରଙ୍କ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ। ଆଜିର ଉତ୍ସବରେ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ରାଷ୍ଟ୍ରମନ୍ତ୍ରୀ ସାନ୍ତନୁ ଠାକୁର, ବିଭାଗୀୟ ସଚିବ ଓ ଯୁଗ୍ମ ସଚିବ ମୁକେଶ ପ୍ରମୁଖ ଉପସ୍ଥିତ ରହି ମାରିଟାଇମ୍‌‌ ହେରିଟେଜ୍‌‌ ଡେ’କୁ ଉଦ୍‌‌ଘାଟନ କରିଥିଲେ। ଏହି ଅବସରରେ ଏନଏମଏଚସି ଲୋଗୋ, ଏନଏମଏଚସି ରିପୋର୍ଟ ଓ ମାରିଟାଇମ୍‌‌ କଫିଟେବୁଲ ବୁକ୍‌‌କୁ ଉନ୍ମୋଚନ କରାଯାଇଥିଲା।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories