www.samajalive.in
Friday, December 5, 2025
27.1 C
Bhubaneswar

ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଂକେତ ଜାରି

ଗୋପାଳପୁର: ବାତ୍ୟା ମନ୍ଥା ପାଇଁ ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଂକେତ ଜାରି ହୋଇଥିବା ବେଳେ ସୋମବାର ସକାଳ ସାଢେ ୮ଟା ଠାରୁ ମଙ୍ଗଳବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ,ମଙ୍ଗଳବାର ସକାଳ ସାଢେ ୮ଟା ଠାରୁ ବୁଧବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ, ବୁଧବାର ସକାଳ ସାଢେ ୮ଟା ଠାରୁ ଗୁରୁବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାଷନ ଗୋପାଳପୁର ବେଳାଭୂମିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବାତ୍ୟା ଆଶ୍ରୟସ୍ଥଳି ଯାଇ ସମସ୍ତ ବ୍ୟବସ୍ଥାର ନିରିକ୍ଷଣ କରିଥିଲେ ।

ସ୍ଥାନୀୟ ଅଂଚଳର ଗର୍ଭବତୀ ମହିଳା,ଶିଶୁ,ବୃଦ୍ଧ,ବୃଦ୍ଧା,ଗୃହପାଳିତ ପଶୁ ଆଦିଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ସେମାନଙ୍କ ଯତ୍ନ ନେବାକୁ କହିଥିଲେ । ତଦାରଖ ବେଳେ କନିଷି ତସିଲଦାର କବିରାଜ ପ୍ରଧାନ,ରଙ୍ଗେଇଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ,ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣିଆ ପ୍ରମୁଖ ଉପସ୍ଥିତ ଥିଲେ । ପରିଦର୍ଶନ ସମୟରେ ନିର୍ବାହୀ ଅଧିକାରୀ ଶ୍ରୀ ବେଣିଆଙ୍କୁ ଆବଶ୍ୟକ ପଡିଲେ ତୁରନ୍ତ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା ଏବଂ ସେମାନଙ୍କ ନିମନ୍ତେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।

- Advertisement -

ଜିଲାପାଳଙ୍କ ନି​‌େ​‌ର୍ଦ୍ଦଶ କ୍ରମେ ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୨ ସେକ୍ସନ ପୁଲିସ ଫୋର୍ସ ବେଳାଭୂମିରେ ମୁତୟନ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ସମେତ ସୁନାପୁର ବେଳାଭୂମିକୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିବାରୁ ପୁଲିସ ଗୋପାଳପୁର ବେଳାଭୂମି ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଳାଭୂମି ଛାଡ଼ି ଯିବା ପାଇଁ ବୁଝାଇ ଥି​‌େ​‌ଲ। କିନ୍ତୁ ଗୋପାଳପୁରରେ ଅନେକ ପର୍ଯ୍ୟଟକଙ୍କ ଭିଡ ରହିଥିବା ପରିଲକ୍ଷିତ ହୋଇଥିଲା। ଗୋପାଳପୁର ବିଭିନ୍ନ ଲଜ୍‌ରେ ରହୁଥିବା ପର୍ଯ୍ୟଟକ ଙ୍କୁ ବେଳାଭୂମି ନଯିବା ଏବଂ ନିଜ କୋଠରୀରେ ରହିବାକୁ ନିର୍ଦ୍ଦେଶ ଦେଇଥିବା ଲଜ୍‌ ମାଲିକ ମାନେ କହିଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories