www.samajalive.in
Friday, December 5, 2025
23.1 C
Bhubaneswar

ବାତ୍ୟା ପାଇଁ ପ୍ରସ୍ତୁତ ଅଛୁ: କୋରାପୁଟ ଜିଲାପାଳ

କୋରାପୁଟ: ବାତ୍ୟା ‘ମନ୍ଥା’ ତା’ର ପ୍ରଭାବ ସୋମବାରଠାରୁ ଦେଖାଇବା ଆରମ୍ଭ କରିଦେଇଛି। ବାତ୍ୟାର ମୁକାବିଲା କରିବା ଲାଗି କୋରାପୁଟ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସୂଚନା ଦେଇଛନ୍ତି। ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। କୋରାପୁଟ ଜିଲ୍ଲାରେ ବାତ୍ୟା ମନ୍ଥାର ପ୍ରଭାବ ଅଧିକ ରହୁଥିବାରୁ ରାଜ୍ୟ ସରକାର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ଘରୋଇ ବିଦ୍ୟାଳୟଗୁଡିକୁ ୨୮, ୨୯ ଓ ୩୦ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଆଜି ବାତ୍ୟାକୁ ନେଇ ଏକ ବୈଠକ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଥାନାଧିକାରୀ, ମେଡିକାଲ ଅଫିସର, ସିଡିପିଓ ଓ ପଞ୍ଚାୟତ ଅଧିକାରୀମାନଙ୍କୁ ନେଇ କରାଯାଇଥିଲା। ପରିସ୍ଥିତିର ମୁକାବିଲା କିପରି କରାଯାଇପାରିବ ସେଥିପାଇଁ ସେମାନଙ୍କୁ ସଚେତନ କରାଯାଇଛି। ଓଡ୍ରାଫର ୪ଟି ଟିମ ଓ ଏନଡିଆରଏଫର ଗୋଟିଏ ଟିମ ଜିଲ୍ଲାରେ ପହଞ୍ଚିଗଲେଣି, ପରିସ୍ଥିତିକୁ କିପରି ମୁକାବିଲା କରାଯିବ ସେଥିପାଇଁ ଦୁଇ ଟିମ ସହିତ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ଅଗ୍ନିଶମ ବାହିନୀ, ପୁଲିସ , ବିଦ୍ୟୁତ, ଓଡ୍ରାଫ ଓ ଯୋଗାଣ ବିଭାଗକୁ ସତର୍କ ରଖାଯାଇଛି। ଘାଟି ଅଞ୍ଚଳ ଗାଁଗୁଡିକରେ ଭୁସ୍ଖଳନ ହେବାର ସମ୍ଭାବନା ରହିଥିବାରୁ ବ୍ଲକସ୍ତରୀୟ କର୍ମଚାରୀମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ବନ୍ୟା ଆଶ୍ରୟସ୍ଥଳଗୁଡିକ ପ୍ରସ୍ତୁତ ରଖାଯିବା ସହ ସେଠାରେ ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି। ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ମହାଜନ କହିଛନ୍ତି।

କୋରାପୁଟ ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇ ଲୋକଙ୍କ ଜନଜୀବନ ଓ ପଶୁ ସମ୍ପଦ ଯେପରି କୌଣସି କ୍ଷୟକ୍ଷତି ନ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। କାରଣ କାକିନାଡାରେ ସ୍ଥଳ ଭାଗ ଛୁଇଁଲେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ବାତ୍ୟା ମନ୍ଥାର ମୁକାବିଲା କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ଶେଷ ହୋଇଛି। ତଳିଆ ଅଞ୍ଚଳ ଚିହ୍ନଟ କରାଯାଇ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି । ସବୁ ଆଶ୍ରୟସ୍ଥଳୀ ଗୁଡିକରେ ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯିବା ସହ ବିଡିଓ, ତହସିଲଦାର ଓ ପଞ୍ଚାୟତ ଅଧିକାରୀମାନଙ୍କୁ ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ଜିଲ୍ଲାରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋରାପୁଟ ମେଡିକାଲକୁ ଅତ୍ୟନ୍ତ ସତର୍କ କରାଯିବା ସହ ଜେନେରେଟର ଚାଲିବା ପାଇଁ ଡିଜେଲ ମହଜୁଦ ରଖାଯାଇଛି । ସମସ୍ତ ବିଭାଗକୁ ନେଇ ଏକ ସ୍ବତନ୍ତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରାଯାଇଛି । ଅଗ୍ନିଶମ ବାହିନର ସ୍ପିଡ୍ ବୋଟ ପ୍ରସ୍ତୁତ ରହିଛି। ଗଛ କାଟିବା ମେସିନ, ଫ୍ଲଡ ଲାଇଟ୍, ଜେନେରେଟର ବୋଟ୍ ସହ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ୧୪୮ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୯୨ ଜଣଙ୍କୁ ମା’ ଗୃହ ଓ ଅନ୍ୟମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଅବସ୍ଥାପିତ କରାଯାଇଛି। ବାତ୍ୟା ସରିବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡିକୁ ବନ୍ଦ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଯେଉଁ ପର୍ଯ୍ୟଟକମାନେ ବର୍ତ୍ତମାନ ଜିଲ୍ଲାରେ ଅଛନ୍ତି ସେମାନେ କୌଣସି ପର୍ଯ୍ୟଟନସ୍ଥଳୀ ଗୁଡିକୁ ବର୍ତ୍ତମାନ ନ ଯିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ପରିସ୍ଥିତି କୁ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ ମହାଜନ କହିଛନ୍ତି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories