www.samajalive.in
Friday, December 5, 2025
23.1 C
Bhubaneswar

ନୂଆପଡାରେ ଛଟ ପୂଜାରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆପଡ଼ା: ସୋମବାର ସୂର୍ଯ୍ୟ ପୂଜାର ଏକ ନିଆରା ପରମ୍ପରା ପବିତ୍ର ଛଟ ପୂଜା। ସମଗ୍ର ବିଶ୍ଵରେ ଯେଉଁଠି ବି ଉତ୍ତର ଭାରତୀୟମାନେ ଥାଆନ୍ତି ଏହି ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରିଥାନ୍ତି।

ଏହି ମର୍ମରେ ଆଜି ଅତି ଆନନ୍ଦ ଉତ୍ସାହର ସହିତ ନୂଆପଡାରେ ମଧ୍ୟ ଛଟ୍ ପୂଜା ପାଳନ ହୋଇଯାଇଛି। ବର୍ତ୍ତମାନ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନେତା, ମନ୍ତ୍ରୀ, ସାଂସଦଙ୍କ ସୁଅ ଛୁଟୁଛି । ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ନିର୍ବାଚନୀ ପ୍ରଚାର ପାଇଁ ବିଜେପି ନେତା, ମନ୍ତ୍ରୀ, ସାଂସଦଙ୍କ ମଧ୍ୟ ଉପସ୍ଥିତି ରହିଛି।

- Advertisement -

ନୂଆପଡ଼ା ସାର୍ବଜନୀନ ଛଟ ପୂଜା କମିଟି ଦ୍ଵାରା ଆୟୋଜିତ ‘ଛଟ୍ ପୂଜା’ ପାଳନ ଉତ୍ସବରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ସାଂସଦ ମାଲବିକା ଦେବୀ, ଯୁବନେତା ଅଭିନନ୍ଦନ ପଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି।

ସ୍ଥାନୀୟ ଜନସାଧାରଣ, ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ବହୁତ ହର୍ଶୋଉଲ୍ଲାସରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ହୋଇଥିଲା । ସମସ୍ତେ ଏକତ୍ରିତ ହୋଇ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଛଟ୍ ପର୍ବ ପାଳନ କରି ସମସ୍ତଙ୍କ ଶୁଖ, ସମୃଦ୍ଧି ଉନ୍ନତି, ପ୍ରଗତି ପାଇଁ ପ୍ରାର୍ଥନା କରିଛନ୍ତି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories