www.samajalive.in
Friday, December 5, 2025
27.1 C
Bhubaneswar

ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ମୁମ୍ବଇ: ମୁମ୍ବଇରେ ଆଜିଠାରୁ ଆରମ୍ଭ ହୋଇଛି ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ୨୦୨୫ । ଏଥିରେ ଯୋଗ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ । ୨୭ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହିତ ଓଡ଼ିଶା ସମ୍ପର୍କିତ ଅଧିବେଶନରେ ଉପସ୍ଥିତ ରହିଛନ୍ତି । ଉକ୍ତ ଅଧିବେଶନରେ ଓଡ଼ିଶାରେ ବନ୍ଦର ଆଧାରିତ ପୁଞ୍ଜିନିବେଶ ଏବଂ ବନ୍ଦର ଜରିଆରେ ରପ୍ତାନୀ ସମ୍ପର୍କରେ ମାନସମନ୍ଥନ ହୋଇଛି ।

ଏହି ସମ୍ମିଳନୀରେ ଯୋଗଦେବା ଲାଗି ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ମୁମ୍ବଇରେ ଗତକାଲିଠୁ ପହଞ୍ଚିଥିଲେ । ଏହି ଅବସରରେ ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଓ ନିବେଶକ ଏକତ୍ର ହୋଇ ନୌ ଭିତ୍ତିଭୂମି, ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ନୀଳ ଅର୍ଥନୀତିର ସମ୍ଭାବନା ସମ୍ପର୍କରେ ଆଲୋଚନ କରିଛନ୍ତି ।

- Advertisement -

ଏହି ଅବସରରେ ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।  ଦେଶର ବର୍ଦ୍ଧିତ ନୌବାଣିଜ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ଦିଗରେ ଓଡ଼ିଶାର ଉପସ୍ଥିତି ଗୁରୁତ୍ୱ ବହନ କରୁଛି ।

 

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories