ବାଲେଶ୍ୱର: ଆନ୍ଧ୍ର ଉପକୂଳକୁ ମାଡି ଆସୁଛି ବାତ୍ୟା ମନ୍ଥା । ଏହାର ପ୍ରଭାବରେ ସାରା ଓଡ଼ିଶାରେ ଆଜିଠାରୁ ୨୯ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ବିଭିନ୍ନ ଜିଲାରେ ଆଜି ସକାଳୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ବେଳେ ଚିନ୍ତାରେ ପଡିଛନ୍ତି ଧାନ ଚାଷୀ । ବାଲେଶ୍ୱର ଜିଲାରେ ଧାନ ଚାଷୀମାନେ ଏବେ ଚିନ୍ତା ପଡିଛନ୍ତି । ଆଉ କିଛି ଦିନ ପରେ ସେମାନେ ଧାନ ଅମଳ କରିଥାନ୍ତେ । ଧାନ ଏବେ ପାଚି ଯାଇଥିବା ବେଳେ ଆଉ ୮ରୁ ୧୫ଦିନ ପରେ ଚାଷୀ ଧାନ କାଟି ଖଳାକୁ ନେଇଥାନ୍ତେ । ତେବେ ଧାନ କାଟିନଥିବାରୁ ବାତ୍ୟା ପ୍ରଭାବରେ ବର୍ଷା ହେଲେ ପ୍ରବଳ କ୍ଷତି ସହିବାକୁ ପଡିବ ବୋଲି ଜଣେ ଚାଷୀ କହିଛନ୍ତି ।
Popular Categories



