www.samajalive.in
Tuesday, December 9, 2025
17.1 C
Bhubaneswar

ବିମାନ ଆକ୍ରମଣକୁ ନେଇ ରାଜନୀତି ପରେ ବାୟୁସେନାର ସ୍ପଷ୍ଟୀକରଣ; ନିହତ ଆତଙ୍କୀଙ୍କ ସଂଖ୍ୟା ଗଣିବା ଆମ କାର୍ଯ୍ୟ ନୁହେଁ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଜୈଶ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଆକ୍ରମଣ କରିଥିଲା। ଏଥିରେ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସରକାର ସୂଚନା ଦେଇଥିଲେ, ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏପରି କି ବିରୋଧୀମାନେ ଏହାର ପ୍ରମାଣ ଦେବାକୁ ଦାବି କରିଥିଲେ। ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହେବା ପରେ ଭାରତୀୟ ବାୟୁସେନା ପକ୍ଷରୁ ସୋମବାର ସ୍ପଷ୍ଟୀକରଣ ଦିଆଯାଇଛି। ପିଓକେରେ ଆତଙ୍କବାଦୀଙ୍କ ଶିବିରକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଛି। ଏଥିରେ ଆତଙ୍କୀଙ୍କ ଶିବିର ନଷ୍ଟ ହୋଇଛି। କିନ୍ତୁ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହାର ସଂଖ୍ୟା ଗଣନା କରାଯାଇପାରିବ ନାହିଁ କି ତାହା ଗଣିବା ଆମର କାର୍ଯ୍ୟ ନୁହେଁ ବୋଲି ବାୟୁସେନା ମୁଖ୍ୟ ବିରେନ୍ଦର ସିଂହ ଧାନୱା ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆମେ ଜୈଶ ଆତଙ୍କବାଦୀଙ୍କ ଶିବିରକୁ ଲକ୍ଷ୍ୟ କରି ଆକ୍ରମଣ କରିଛୁ। ବାଲାକୋଟ, ମୁଜାଫରବାଦ ଏବଂ ଚାକୋଟିରେ ଥିବା ଆତଙ୍କୀ ଶିବିର ନଷ୍ଟ ହୋଇଛି। କିନ୍ତୁ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ଗଣିବା ବାୟୁସେନାର କାମ ନୁହେଁ। ସେ ଆହୁରି କହିଥିଲେ ୨୬ ତାରିଖ ଭୋର ୩ଟା ୪୫ରୁ ୪ଟା ୪ ପର୍ଯ୍ୟନ୍ତ ଏହି ଅପରେଶନ କରାଯାଇଥିଲା। ଏଥିରେ ବୋମା ପକାଇବା ଲାଗି ୧୨ଟି ମିରାଜ ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା। ଜୈଶ ଆତଙ୍କବାଦୀ ଶିବିର ଉପରେ ୧୦୦୦ କିଲୋଗ୍ରାମର ବୋମା ପକାଯାଇଛି।

- Advertisement -

ଏହି ପ୍ରସଙ୍ଗକୁ ରାଜନୀତିକରଣ କରାଯାଉଥିବା ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ କୌଣସି ମତ ଦେଇପାରିବେ ନାହିଁ ​‌ବୋଲି ଭାନୱା କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories